www.samajalive.in
Monday, December 8, 2025
14.1 C
Bhubaneswar

୨୦୧୮ରେ ବିଜ୍ଞାପନରୁ କୋହଲିଙ୍କ ଆୟ ୧୨୦୦ କୋଟି

ମୁମ୍ବଇ : ବିଜ୍ଞାପନ ଜଗତରେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ନିଜର ଆଧିପତ୍ୟ ବଜାୟ ରଖିଛନ୍ତି। ୨୦୧୮ରେ କୋହଲିଙ୍କ ବ୍ରାଣ୍ଡ୍‌ ମୂଲ୍ୟ ୧୭୦.୮ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୧୨୦୦ କୋଟି ଟଙ୍କା) ରହିଥିଲା। ଅର୍ଥାତ କୋହଲି ଗତବର୍ଷ ବିଭିନ୍ନ କମ୍ପାନୀ ପାଇଁ ବିଜ୍ଞାପନ କରି ଏହି ଅର୍ଥ ଉପାର୍ଜନ କରିଛନ୍ତି। ଏହି ଦୃଷ୍ଟିରୁ ଭାରତୀୟ ସେଲିବ୍ରିଟୀଙ୍କ ମଧ୍ୟରେ କୋହଲି ଶୀର୍ଷ ସ୍ଥାନରେ ରହିଛନ୍ତି। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କର୍ପୋରେଟ୍‌ ଫାଇନାନ୍ସ କମ୍ପାନୀ ‘ଡଫ୍‌ ଆଣ୍ଡ୍‌ ଫେଲ୍‌ପ୍ସ’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି। କୋହଲି ଗତବର୍ଷ ଡିସେମ୍ବର ସୁଦ୍ଧା ଦେଶ ବିଦେଶର ୨୪ଟି କମ୍ପାନୀ ପାଇଁ ବିଜ୍ଞାପନ କରିଥିବା ଜଣାପଡିଛି। କୋହଲିଙ୍କ ପଛକୁ ବଲିଉଡ ଅଭିନେତ୍ରୀ ଦୀପିକା ପଦ୍ୟୁକୋନ ରହିଛନ୍ତି। ଗତବର୍ଷ ୨୧ଟି କମ୍ପାନୀ ପାଇଁ ବିଜ୍ଞାପନରେ ଅଭିନୟ କରି ଦୀପିକା ୧୦୨.୫ ନିୟୁତ ଡଲାର (ପ୍ରାୟ ୭୨୨ କୋଟି ଟଙ୍କା) ଉପାର୍ଜନ କରିଥିଲେ। ୨୦୧୭ରେ ଦୀପିକା ତାଲିକାର ତୃତୀୟ ସ୍ଥାନରେ ଥିବାବେଳେ ଏବର୍ଷ ତାଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ୧୦୦ ନିୟୁତ ଡଲାର କ୍ଲବରେ କେବଳ କୋହଲି ଓ ଦୀପିକା ସ୍ଥାନ ପାଇଛନ୍ତି। ତାଲିକାର ପ୍ରଥମ ୨୦ଟି ସ୍ଥାନରେ ଥିବା ସେଲିବ୍ରିଟୀଙ୍କ ମୋଟ ବିଜ୍ଞାପନ ଆୟ ୮୭୭ ନିୟୁତ ଡଲାର (ପ୍ରାୟ ୬୧୭୭ କୋଟି ଟଙ୍କା) ହୋଇଥିବା ବେଳେ ଶ୍ରେଷ୍ଠ ୧୦ ଜଣ ଏହି ଅର୍ଥର ୭୫ ପ୍ରତିଶତ ରୋଜଗାର କରିଛନ୍ତି। ଦୀପିକାଙ୍କ ପଛକୁ ବଲିଉଡ ତାରକା ଅକ୍ଷୟ କୁମାର ଓ ରଣବୀର ସିଂହ ଯଥାକ୍ରମେ ୩ୟ ଓ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। ବିଜ୍ଞାପନ ବାବଦରେ ଅକ୍ଷୟ କୁମାର ୬୭.୩ ନିୟୁତ ଡଲାର (ପ୍ରାୟ ୪୭୪ କୋଟି ଟଙ୍କା) ରୋଜଗାର କରିଥିବାବେଳେ ରଣବୀରଙ୍କ ଝୁଲାରେ ୬୩ ନିୟୁତ ଡଲାର (ପ୍ରାୟ ୪୪୪ କୋଟି ଟଙ୍କା) ପଡିଛି। ବଲିଉଡ୍‌ର ସୁପରଷ୍ଟାର କୁହା ଯାଉଥିବା ଶାହରୁଖ୍‌ ଖାନ୍‌ ଗତବର୍ଷ ତାଲିକାର ୨ୟ ସ୍ଥାନରେ ଥିବାବେଳେ ଏବର୍ଷ ୫ମକୁ ଖସିଛନ୍ତି। ୨୦୧୮ରେ ଶାହରୁଖ୍‌ ବିଜ୍ଞାପନରୁ ୬୦.୭ ନିୟୁତ ଡଲାର (ପ୍ରାୟ ୪୨୭ କୋଟି ଟଙ୍କା) ଉପାର୍ଜନ କରିଥିଲେ। କ୍ରୀଡାବିତ୍‌ଙ୍କ ମଧ୍ୟରେ କୋହଲି, ସଚିନ, ମହେନ୍ଦ୍ର ସିଂହ ଧୋନି ଓ ପିଭି ସିନ୍ଧୁ ମିଳିତଭାବେ ବିଜ୍ଞାପନରୁ ୨୪୧ ନିୟୁତ ଡଲାର (ପ୍ରାୟ ୧୬୯୭ କୋଟି ଟଙ୍କା)ଉପାର୍ଜନ କରିଥିବା ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories