www.samajalive.in
Sunday, December 7, 2025
18.1 C
Bhubaneswar

ଘଣ୍ଟାଏ ଭିତରେ ଘରୁ କଳାକନା ବୁଲାଇଲେ ଲୁଟେରା, ୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ

ବୁର୍ଲା: ଅପରାଧ ପ୍ରବଣ ହୋଇ ପଡ଼ିଲାଣି ବୁର୍ଲା ସହର। ନଜର ହଟିବା ମାତ୍ରେ ମାତୁଛନ୍ତି ଲୁଟେରା। ସହରରେ ଅପରାଧ କେଉଁ ସ୍ତରରେ ପହଞ୍ଚିଛି ତାହା ରବିବାର ସନ୍ଧ୍ୟାର ଏକ ଘଟଣାରୁ ସହଜରେ ବୁଝାପଡ଼ୁଛି। ମାତ୍ର ୧ ଘଣ୍ଟା ପାଇଁ ବାହାରକୁ ଯାଇଥିବା ଏକ ପରିବାରର ଘରେ କଳାକନା ବୁଲାଇଛନ୍ତି ଲୁଟେରା। ଘଟଣାଟି ଘଟିଛି ବୁର୍ଲା ବୋର୍ଡ କଲୋନୀରେ, ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

ବୋର୍ଡ କଲୋନୀରେ ଦୋକାନ କରିଥିବା ମନୋଜ ପାତ୍ର ଏବଂ ତାଙ୍କ ସ୍ତ୍ରୀ ମୋହିନୀ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ପ୍ଲାନେଟୋରିୟମ ନିକଟ ପାର୍କ ବୁଲିବାକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ ଟାରେ ସେମାନେ ଘରକୁ ଫେରିଥିଲେ। ଘର ଭିତରକୁ ଯିବା ବେଳକୁ ତାଙ୍କ ଗ୍ରୀଲ ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ପରେ ଘରେ ଥିବା ଆଲମାରି ଖୋଲାଯାଇଥିବାବେଳେ ଜିନିଷପତ୍ର ଏଣେତେଣେ ପଡ଼ିଥିବା ଦେଖିଥିଲେ। ଦୁର୍ବୃତ୍ତମାନେ ଆଲମାରି ଭାଙ୍ଗି ସମସ୍ତ ସୁନରୁପା ଅଳଙ୍କାର (ଗୋଟିଏ ସୁନା ହାର, ୫ ହଜଳ ସୁନା କାନଫୁଲ, ଗୋଟିଏ ସୁନା ଚେନ, ସୁନା ଲକେଟ, ରୁପା ପାଉଁଜି) ସହିତ ନଗଦ ୧ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଅଳଙ୍କାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।

- Advertisement -

ଖବରପାଇ ବୁର୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। ମନୋଜଙ୍କ ଘରର ଉଭୟ ପାର୍ଶ୍ବରେ ଘର ରହିଥିବା ସତ୍ତ୍ବେ ଦୁର୍ବୃତ୍ତମାନେ ଆରାମରେ ଏଭଳି ଜନଗହଳିପୂର୍ଣ୍ଣ ସ୍ଥାନରୁ ୧ ଘଣ୍ଟା ଭିତରେ ଚୋରି କରି ଫେରାର ଫେରାର ହୋଇଯିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୁର୍ବୃତ୍ତମାନେ ପୂର୍ବ ଯୋଜନା ମୁତାବକ, ମନୋଜ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଗତିବିଧି ଉପରେ ନଜର ରଖି ଏହି ଚୋରି କରିଥିବା କୁହାଯାଉଛି।

ସହରରେ ଅସାମାଜିକ ତତ୍ତ୍ଵଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇ ଚାଲିଥିବା ବେଳେ ସ୍ଥାନୀୟ ବାସିନ୍ଦା ମଧ୍ୟ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ପୁଲିସ ଏହି ଘଟଣାକୁ ଏକ ଚ୍ୟାଲେଞ୍ଜ ଭାବରେ ନେଇ ଦୁର୍ବୃତ୍ତମାନଙ୍କୁ କାବୁ କରି ଚୋରି ସାମଗ୍ରୀ ଫେରାଇ ପାରିଲେ ବୁର୍ଲା ସହରରେ ବାସିନ୍ଦାଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ମତପ୍ରକାଶ ପାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories