www.samajalive.in
Tuesday, November 18, 2025
16.1 C
Bhubaneswar

ପାକିସ୍ତାନରେ କ୍ଷୀର ଉପରେ ଲାଗିଲା ଟିକସ

କରାଚୀ: ପାକିସ୍ତାନ ସରକାର କ୍ଷୀର ଉପରେ ଟିକସ ଲଗାଇବା ପରେ କ୍ଷୀର ମୂଲ୍ୟ ଏକ ପଞ୍ଚମାଂଶରୁ ଅଧିକ ବୃଦ୍ଧି ପାଇଛି। ଫଳରେ ଫ୍ରାନ୍ସ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ବିକଶିତ ଦେଶ ତୁଳନାରେ କରାଚୀରେ କ୍ଷୀର ମୂଲ୍ୟ ଅଧିକ ମହଙ୍ଗା ହୋଇଛି। କରାଚିରେ ପ୍ରକ୍ରିୟାକୃତ କ୍ଷୀର ୩୭୦ଟଙ୍କା (୧.୩୩ ଡଲାର)ରେ ବିକ୍ରି ହେଉଛି। ବ୍ଲୁମବର୍ଗର ତଥ୍ୟ ଅନୁଯାୟୀ ଆମଷ୍ଟରଡାମରେ କ୍ଷୀର ଲିଟର ୧.୨୯ ଡଲାର ଥିବା ବେଳେ ପ୍ୟାରିସରେ ୧.୨୩ ଡଲାର ଏବଂ ମେଲବର୍ଣ୍ଣରେ ୧.୦୮ ଡଲାର ରହିଛି। ପୂର୍ବରୁ ପାକିସ୍ତାନରେ କ୍ଷୀର ଉପରେ ଟିକସ ଲାଗୁ ନ ଥିବା ବେଳେ ଗତ ସପ୍ତାହରେ ଜାତୀୟ ବଜେଟରେ ପ୍ୟାକେଟ୍ କ୍ଷୀର ଉପରେ ୧୮% ଟିକସ ଲାଗୁ କରାଯାଇଥିଲା। ବର୍ଦ୍ଧିତ କ୍ଷୀର ମୂଲ୍ୟ ଦକ୍ଷିଣ ଏସିଆ ଦେଶରେ ମୁଦ୍ରାସ୍ଫୀତି ବଢ଼ାଇବାରେ ସହାୟକ ହେବ। ଯେଉଁଠାରେ ମଜୁରୀ ସ୍ଥିର ହୋଇଯିବାରୁ ଖର୍ଚ୍ଚ କରିବା ଶକ୍ତି କମିଛି। ଏହି ମୂଲ୍ୟ ବୃଦ୍ଧି ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ମଧ୍ୟ ଖରାପ କରିପାରେ। ପାକିସ୍ତାନରେ ପ୍ରାୟ ୪୦% ଲୋକ ଦାରିଦ୍ର୍ୟ ଜୀବନ ବିତାଉଛନ୍ତି। ମୂଲ୍ୟ ବୃଦ୍ଧି ଫଳରେ ପୁଷ୍ଟିହୀନତାର ଶିକାର ହୋଇଥିବା ଲୋକେ କ୍ଷୀର କିଣିବାକୁ ଅସମର୍ଥ ହେବେ, ଫଳରେ ପୁଷ୍ଟିହୀନତା ବୃଦ୍ଧିପାଇବ। ୫ ବର୍ଷରୁ କମ୍ ପାକିସ୍ତାନୀ ଶିଶୁଙ୍କ ମଧ୍ୟରୁ ପ୍ରାୟ ୬୦% ରକ୍ତହୀନତା ଏବଂ ୪୦% ଅଳ୍ପବୃଦ୍ଧି ରୋଗରେ ପୀଡ଼ିତ। ଗତ ସପ୍ତାହରେ ହୋଇଥିବା ବଜେଟରେ ପାକିସ୍ତାନ ୪୦% ଟିକସ ବୃଦ୍ଧି କରିଛି। ଫଳରେ ଦରଦାମ ବୃଦ୍ଧି ପାଇଛି।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories