www.samajalive.in
Saturday, December 6, 2025
16.1 C
Bhubaneswar

ଆସାମ, ଅରୁଣାଚଳରେ ୩୫ ମୃତ

ଶିମଳା/ଗୁଆହାଟୀ: ହିମାଚଳ ପ୍ରଦେଶ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି ରହିଛି । ଚଳିତ ମୌସୁମୀ ଋତୁ ଆରମ୍ଭରେ ପ୍ରବଳ ବର୍ଷା ଓ ବନ୍ୟାରେ ହିମାଚଳ ପ୍ରଦେଶରେ ଭୂସ୍ଫଳନ ଓ ରାସ୍ତା ଧୋଇଯିବା କାରଣରୁ ମୋଟ ୧୧୫ଟି ରାସ୍ତାକୁ ଗମନାଗମନ ନିମନ୍ତେ ବନ୍ଦ କରିଦିଆଯାଇଛି । ସେଥି ମଧ୍ୟରେ ମଣ୍ଡିରେ ୧୦୭, ଚମ୍ବାରେ ୪ ଓ ସୋଲାନରେ ୩ଟି ରାସ୍ତା ରହିଛି । ଏଥିସହିତ ରାଜ୍ୟରେ ୨୧୨ଟି ଟ୍ରାନ୍ସଫର୍ମରେ ବିଭ୍ରାଟ ଘଟିବାରୁ ବିଦ୍ୟୁତ୍‌ ଯୋଗାଣ ପ୍ରଭାବିତ ହୋଇଛି। ଶିମଳା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଇତିମଧ୍ୟରେ ଚଣ୍ଡିଗଡରୁ ମନାଲି ଚାରିଟିକିଆ ରାସ୍ତାର ମଣ୍ଡି ଓ ପାଣ୍ଡୋହ୍‌ ମଧ୍ୟବର୍ତ୍ତୀ ସ୍ଥାନରେ ଫାଟ ସୃଷ୍ଟି ହେବା ସହିତ ତାହା ଦବିବାକୁ ଲାଗିଛି। ଫଳରେ ଉକ୍ତ ରାସ୍ତାର ଗୋଟିଏ ପାର୍ଶ୍ବରେ ଯାନବାହନ ଚଳାଚଳକୁ ଅନୁମତି ଦିଆଯାଇଛି। ରାଜ୍ୟରେ ଖାଲୁଆ ଅଞ୍ଚଳ ଜଳମଗ୍ନ ହେବା ସହିିତ ବହୁ ସଂଖ୍ୟକ କଚା ଘର ଭାଙ୍ଗିଛି ଏବଂ ଫସଲ ନଷ୍ଟ ହୋଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି।

ଅନୁରୂପ ଭାବରେ ଆସାମ, ଅରୁଣାଚଳ ପ୍ରଦେଶ ସମେତ ଉତ୍ତର ପୂର୍ବାଞ୍ଚଳରେ ବର୍ଷା ଓ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ଚଳିତ ବର୍ଷା ଓ ତଦ୍‌ଜନିତ ବନ୍ୟାରେ ଆସାମରେ ପ୍ରାୟ ୧୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଆସାମ ଓ ଅରୁଣାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି ଅଧିକ ଖରାପ ଆଡକୁ ଗତି କରୁଥିବାବେଳେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସମସ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଉଭୟ ରାଜ୍ୟରେ ବ୍ରହ୍ମପୁତ୍ର ନଦୀର ଜଳସ୍ତର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂତ୍ର ଅନୁଯାୟୀ ରାଜ୍ୟରେ ବନ୍ୟା ପ୍ରପୀଡିତ ଜିଲା ସଂଖ୍ୟା ୧୯କୁ ବୃଦ୍ଧିପାଇଛି । ଅନେକ ସ୍ଥାନରେ ବିଦ୍ୟାଳୟଗୁଡିକୁ ବନ୍ଦ କରିଦିଆଯାଇ ତାହା ବନ୍ୟା ପ୍ରଭାବିତଙ୍କ ନିମନ୍ତେ ସାମୟିକ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯାଉଛି। ଅରୁଣାଚଳ ପ୍ରଦେଶରେ ସମସ୍ତ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରାଜ୍ୟରେ ଅଧିକ ବର୍ଷା ସମ୍ଭାବନା ଏବଂ ଉକ୍ତ କାରଣରୁ ଭୂସ୍ଖଳନ ଆଶଙ୍କା ଥିବାରୁ ଜନସାଧାରଣଙ୍କୁ ସତର୍କ କରିଦିଆଯାଇଛି। ଏହି ଦୁଇ ରାଜ୍ୟରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧିପାଇଛି। ଅନୁରୂପ ଭାବରେ ନାଗାଲାଣ୍ଡରେ ଚଳିତ ବର୍ଷା ଓ ବନ୍ୟାରେ ୫ଜଣଙ୍କର ପ୍ରାଣହାନି ଘଟିଥିବା ଖବର ହସ୍ତଗତ ହୋଇଛି। ବିଭିନ୍ନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଏନ୍‌ଡିଆରଏଫ ଏବଂ ସେନା ଯବାନମାନେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଇତିମଧ୍ୟରେ ଆସାମ ରାଇଫଲ୍‌ସର ଯବାନମାନେ ୫୦୦ରୁ ଅଧିକ ଲୋକଙ୍କୁ ବନ୍ୟା ଘେରରୁ ଉଦ୍ଧାର କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories