www.samajalive.in
Saturday, December 6, 2025
19.1 C
Bhubaneswar

ଯୁବ କୃଷକଙ୍କ ପ୍ରେରଣା ନିରଞ୍ଜନ, ପ୍ରତି ବର୍ଷ ୨ ଲକ୍ଷ ଲାଭ ଦେଉଛି କାଙ୍କଡ

ସାଂପ୍ରତିକ ସମାଜରେ ବସ୍ତୁବାଦ ମଧ୍ୟରେ ବଞ୍ଚିବାକୁ ହେଲେ ବ୍ୟାପକ ଅର୍ଥ ଆବଶ୍ୟକ। ଏଥିଲାଗି ଆଜିର ଯୁବପିଢି ଅର୍ଥ ରୋଜଗାର ପାଇଁ ବ୍ୟସ୍ତ। ସରକାରୀ ଚାକିରି ସ୍ବପ୍ନ ହୋଇଥିଲାବେଳେ ଘରୋଇ କଳକାରଖାନା ଇତ୍ୟାଦିରେ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ କେତେକ ଅଞ୍ଚଳରେ ଯୁବକମାନେ ସ୍ବରୋଜଗାର ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ସେମାନଙ୍କ ମଧ୍ୟରେ ଜଳେଶ୍ବର ବ୍ଲକ୍ ଅଞ୍ଚଳର ସୁବର୍ଣ୍ଣରେଖା ନଦୀ କୂଳ, ମହମ୍ମଦନଗରପାଟଣା ପଞ୍ଚାୟତର ଯୁବଚାଷୀ ନିରଞ୍ଜନ ତରାଇ ଉଦାହରଣ ପାଲଟିଛନ୍ତି। ବିଭିନ୍ନ ପରିବା ଚାଷ କରି ହୋଇଛନ୍ତି ସ୍ୱାବଲମ୍ୱୀ। କୋବି, ଜହ୍ନି, ପୋଟଳ, ବାଇଗଣ ଓ କାକୁଡି ଚାଷ କରିଆସୁଥିଲେ ମଧ୍ୟ ଦୀର୍ଘ ୧୦ ବର୍ଷ ଧରି କାଙ୍କଡ଼ ଚାଷ ନିଜ ଗାଁରେ କରି ଗୋଟିଏ ଏକରରୁ ଦୁଇ ଲକ୍ଷ ଟଙ୍କା ଲାଭ ପାଉଛନ୍ତି।

ନିରଞ୍ଜନ ତରାଇ ଅଧିକ ଶିକ୍ଷିତ ହୋଇ ନଥିଲାବେଳେ ପିଲା ଦିନୁ କୃଷି ପ୍ରତି ଖୁବ୍ ଆଗ୍ରହ ରହିଥିଲା। ସୁବର୍ଣ୍ଣରେଖା ନଦୀକୂଳ ସେକସରାଇ ଗାଁରେ ଏକ ଏକର ପାଳ ଜାଗା ଥିବାରୁ ସେଠାରେ ବିଭିନ୍ନ ପରିବା ଚାଷ କରିଆସୁଥିଲେ। ୧୦ ବର୍ଷ ତଳେ କାଙ୍କଡ଼ ଚାଷ ସମ୍ପର୍କରେ ସେ ଅଧିକ ଆକର୍ଷିତ ହୋଇଥିଲେ। ଦୂର ସ୍ଥାନରୁ ଟ୍ରକରେ ଆସି ଜଳେଶ୍ବର ଅଞ୍ଚଳରେ ଚଢ଼ା ମୂଲ୍ୟରେ ବିକ୍ରି ହେଉଥିବାରୁ କାଙ୍କଡ଼ ଚାଷ ପାଇଁ ଅନ୍ୟ ରାଜ୍ୟକୁ ଯାଇ କାଙ୍କଡ଼ ଚାଷ ସମ୍ପର୍କରେ କ୍ଷେତ୍ରୀୟ ଜ୍ଞାନ କୌଶଳ ଶିକ୍ଷା କରିଥିଲେ। ଏଣୁ କୋଲକାତାରୁ କାଙ୍କଡ଼ ଗଣ୍ଡ(ମୋଟା ଅସୁସ୍ଥ ଚେର)ଆଣି ଚାଷ ଆରମ୍ଭ କରିଥିଲେ। ଲାଭ ଅଧିକ ଦେଖି ସେ ଅନ୍ୟ ଚାଷକୁ ଗୁରୁତ୍ବ ନଦେଇ କୋବି ଓ କାଙ୍କଡ଼ ଚାଷ କରିଆସୁଛନ୍ତି। ସେ ଦୁଇ ଏକର ସ୍ଥାନ ରେ କାଙ୍କଡ଼ ଚାଷ କରନ୍ତି। ଶୀତଋତୁ ଶେଷ ଭାଗରେ (ପୌଷ ଓ ମାଘ) ନିରଞ୍ଜନ ନିଜର ଦୁଇ ଏକର ସ୍ଥାନରେ ଜମିକୁ ଲଙ୍ଗଳ କରି ମାଟି ହାଲୁକା କରେ। ଏକ ଏକର ଜମିରେ ପ୍ରାୟ ଦୁଇ ହଜାର ମନ୍ଦା ତିଆରି ହୁଏ। ପ୍ରତି ମନ୍ଦାରେ ୨/୩ ଟି କାଙ୍କଡ଼ ଗଣ୍ଡା (ଚେର) ଲଗାଯାଏ। ଏହା ଲଗାଇବା ପୂର୍ବରୁ ୫୦ ଗ୍ରାମ ଶୋଧକ ସାଫ୍, ଏଲାଣ୍ଟକ ଭଳି କୀଟନାଶକ ୪୦ ଲିଟର ପାନିରେ ମିଶାଇ ଛୋଟ ଛୋଟ ଚେରକୁ ବତୁରାଯାଇଥାଏ। ମନ୍ଦାରେ ଏହି କାଙ୍କଡ଼ ଚେର ରଖି ତା ଉପରେ ଗୋବର ଖତ ବିଛାଯାଏ। ପ୍ରଥମେ ମନ୍ଦାରେ ପାଣି ଦେଲେ ଚେରରୁ ଲତା ବାହାରେ। ଗଛ ବଡ ହେଲେ ଏକର କୁ ୧୩୦୦ ବାଉଁଶ ଖୁଣ୍ଟ ପୋତାଯାଇ ସେଥିରେ ମାଛ ଧରା ଲାଇଲନ ଜାଲ ବାନ୍ଧି ମଞ୍ଚା ପ୍ରସ୍ତୁତ କରାଯାଏ। ଏକ ଏକରରୁ ପ୍ରାୟ ୨୫୦ କୁଇଣ୍ଟାଲ କାଙ୍କଡ଼ ଅମଳ କରେ। ଏହି ଚାଷ ପାଇଁ ଏକରକୁ ୫ ଟ୍ରାକ୍ଟର ଗୋବର ଖତ, ଲଙ୍ଗଳ, ବାଉଁଶ ଖୁଣ୍ଟ, ଦଉଡ଼ି, ୧୨ କିଗ୍ରା ଜାଲ ଓ ପ୍ରାୟ ୩୦୦ ମଜୁରି ଖର୍ଚ୍ଚ କରିବାକୁ ପଡିଥାଏ। ଏହା ବ୍ୟତୀତ ଡିଏପି ଗ୍ରୋମୋର୍, ସୋରିଷ ପିଡ଼ିଆ ଇତ୍ୟାଦି ଲାଗି ପ୍ରାୟ ୩.୫ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ବିକ୍ରି ଲାଗି ବଜାର ନଥିଲା ବେଳେ ସମଗ୍ର ଉତ୍ତର ବାଲେଶ୍ବରରେ ଗୋଟିଏ ହେଲେ ବି ଶୀତଳଭଣ୍ଡାର ନାହିଁ। ଫଳରେ ପ୍ରତିଦିନ ଉତ୍ପନ୍ନ ହେଉଥିବା କାଙ୍କଡ଼କୁ ଦୂର ହାଟରେ ବିକ୍ରି କରିବାକୁ ବାଧ୍ୟ ହୁଏ। ଏହି ଚାଷରେ କୌଣସି ପ୍ରୋତ୍ସାହନ ନଥିବାରୁ ଚାଷୀ ପ୍ରୋତ୍ସାହନ ସହିତ ରିଆତି ଦରରେ ସାର, କୀଟମରା, ଆଧୁନିକ ଯନ୍ତ୍ରପାତି ଯୋଗାଇବାକୁ ଦାବି ହୋଇଛି। ନିରଞ୍ଜନ ତରାଇ ତାର ୫ କୁଟୁମ୍ବ ପରିବାର ପ୍ରତିପୋଷଣ ସହିତ ନିଜର ଗୁଜୁରାଣ ମେଣ୍ଟାଇ ଭଲ ଘର କରି ସ୍ବାଭାବିକ୍ ଜୀବନ ଅତିବାହିତ କରୁଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories