ଶୁକ୍ରବାର ରାଶିଫଳ: ସବୁ ଦିଗରୁ ଖୁସି ଖବର ମିଳିବ, ଏହି ରାଶିର ଲୋକଙ୍କ ପାଇଁ ବହୁତ ଶୁଭ

ମେଷ- ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ମୋହ ପଙ୍କରୁ ମୁକ୍ତ ହୋଇ ଦିବ୍ୟ ଜ୍ଞାନ ପ୍ରାପ୍ତ ହେବେ। ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ। ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ।

ବୃଷ- ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ତ୍ୟାଗଶୀଳ ମନୋବୃତ୍ତିର ହୋଇପାରନ୍ତି। ସମ୍ମାନସ୍ପଦ ହେବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ବିବିଧ ସୂତ୍ରରୁ ଧନାଗମ ହେବ। କୃତ୍ତିକା ଓ ମୃଗଶିରା ନକ୍ଷତ୍ରର ସାମାନ୍ୟ ଶୁଭଫଳ।

ମିଥୁନ- ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଦିନଟି ସୁଖବୋଧ ହେବ। କୀର୍ତ୍ତିମାନ୍‌ ହୋଇପାରନ୍ତି। ସାମାଜିକ ସ୍ତରରେ ସମ୍ମାନିତ ହେବେ। ଆୟ ଆଶାନୁରୂପ ହେବ। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭଫଳ।

କର୍କଟ- ପୁଷ୍ୟା ଓ ଅଶ୍ଲେଷା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ତପ ସାଧନା ଫଳବତୀ ହେବ। ମଧୁର କଥାରେ ପରକୁ ଆପଣାର କରିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ପୁନର୍ବସୁ ନକ୍ଷତ୍ରଜାତ ବ୍ୟକ୍ତି ଅସହାୟ ହେବେ।

ସିଂହ- ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ସାଧୁସଙ୍ଗ ଲାଭକରି ଗଭୀର ଜ୍ଞାନର ଅଧିକାରୀ ହେବେ। ଜନସାଧାରଣଙ୍କ ଦ୍ବାରା ଉଚ୍ଚାସନରେ ଆସୀନ ହେବେ। ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରର ସାମାନ୍ୟ ଶୁଭଫଳ।

କନ୍ୟା- ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ପ୍ରଭୂତ ବିତ୍ତର ଅଧିକାରୀ ହେବେ। ସାଧୁ ସେବା ନିରତ ହୋଇପାରନ୍ତି। ପତ୍ନୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବେ। ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭଫଳ।

ତୁଳା- ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତିବିଶେଷ କ୍ଷମତାର ଅଧିକାରୀ ହେବେ। କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତଙ୍କ ସମ୍ମାନାସ୍ପଦ ହେବା ସହ ପ୍ରଶଂସାର ପାତ୍ର ହେବେ। ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ ଫଳ।

ବିଛା- ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ନିର୍ଦେଶିତ ସଂହିତାକୁ ପାଥେୟ କରି କର୍ମତତ୍ପର ରହିବେ। ବିନୀତ ସ୍ବଭାବସମ୍ପନ୍ନ ହେବେ। ବିଶାଖା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ସତର୍କରେ ଚଳିବାକୁ ପଡ଼ିବ।

ଧନୁ- ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭପ୍ରଦ। ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଶୁଭଫଳ ମିଳିବ। ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ସତର୍କରେ ଚଳିବାକୁ ପଡ଼ିବ।

ମକର- ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ଅଭିନବ କୌଶଳ ପ୍ରୟୋଗ କରି ଶତ୍ରୁ ସଂହାର କରିବେ ଓ ମାନସିକ ଅଶାନ୍ତି ଦୂର କରିବାରେ ସକ୍ଷମ ହେବେ। ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭଫଳ।

କୁମ୍ଭ- ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ଜ୍ଞାନାର୍ଜନ ପାଇଁ ନାନା ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିବେ। ବିଭିନ୍ନ ସ୍ତରରୁ ଆର୍ଥିକ ସହାୟତା ମିଳିବ। ପୂର୍ବଭାଦ୍ର ଓ ଧନିଷ୍ଠାର ସାମାନ୍ୟ ଶୁଭ ଫଳ।

ମୀନ- ଉତ୍ତର ଭାଦ୍ର ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ବାସଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ଯାନବାହନ ସୁଖ ମିଳିବ। କଠିନ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିବେ। ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭ ଫଳ।

Comments are closed.