ଲଜିକ୍ସ ମଲ୍‌ରେ ଅଗ୍ନିକାଣ୍ଡ; ଚାରିଆଡ଼େ ଧୂଆଁ ହିଁ ଧୂଆଁ

ନୂଆଦିଲ୍ଲୀ: ନୋଏଡ଼ାର ଲଜିକ୍ସ ମଲ୍‌ରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ମଲ୍‌ର ଏକ ପୋଷାକ ଶୋ’ରୁମ୍‌ରେ ନିଆଁ ଲାଗିଥିବା କୁହାଯାଉଛି। ନିଆଁ ଲାଗିବା ଦ୍ଵାରା ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ସମଗ୍ର ଅଞ୍ଚଳ ଧୂଆଁରେ ଭରିଯାଇଛି। ସମ୍ପୂର୍ଣ୍ଣ ମଲ୍‌କୁ ଖାଲି କରି ଦିଆଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ବର୍ତ୍ତମାନସୁଦ୍ଧା ନିଆଁ ଲାଗିବାର କାରଣ ଓ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।

 

Comments are closed.