www.samajalive.in
Friday, December 5, 2025
26.1 C
Bhubaneswar

ଏହି କମ୍ପାନୀର ଦୁଇଚକିଆ ଯାନକୁ ପସନ୍ଦ କରୁଛନ୍ତି ଲୋକେ, ବିକ୍ରି ବଢିଲା ୬୦%

ନୂଆଦିଲ୍ଲୀ : ଜୁନ ୨୦୨୪ରେ ହୋଣ୍ଡା ଦୁଇଚକିଆ ଯାନ ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିଛି । ଜୁନ ୨୦୨୪ରେ ହୋଣ୍ଡାର ସମୁଦାୟ ବିକ୍ରି ଗତ ବର୍ଷ ତୁଳନାରେ ୬୦.୦୮ପ୍ରତିଶତ ବୃଦ୍ଧି ପାଇ ୫,୧୮,୭୯୯ ୟୁନିଟ୍ସରେ ପହଞ୍ଚିଛି । ଜୁନ ୨୦୨୩ରେ ୩,୨୪,୦୯୩ ୟୁନିଟ୍ ବିକ୍ରି ହୋଇଥିଲା । ଏହାର ଅର୍ଥ ହୋଣ୍ଡା ଗତ ବର୍ଷ ତୁଳନାରେ ୧,୯୪,୭୦୬ ଅଧିକ ଗାଡି ବିକ୍ରି କରିଛି ।

ଘରୋଇ ବଜାରରେ ହୋଣ୍ଡାର ବିକ୍ରି ୫୯.୪୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଜୁନ୍ ୨୦୨୪ରେ ଭାରତୀୟ ବଜାରରେ କମ୍ପାନୀର ୪,୮୨,୫୯୭ ୟୁନିଟ୍ସ ବିକ୍ରି ହୋଇଥିଲା । ଜୁନ୍ ୨୦୨୩ରେ ୩,୦୨,୭୫୬ ୟୁନିଟ୍ ବିକ୍ରି ହୋଇଥିଲା । ଏଥିରେ  ୧,୭୯,୮୪୧ ୟୁନିଟ୍ ବଢିଛି  । ସପ୍ଲାଇରେ ମଧ୍ୟ ହୋଣ୍ଡା ଭଲ ପ୍ରଦର୍ଶନ କରିପାରିଛି । ଜୁନ୍ ୨୦୨୪ରେ ୩୬,୨୦୨ ୟୁନିଟ୍ ରପ୍ତାନୀ କରାଯାଇଛି ଯାହା ଗତ ବର୍ଷର ୨୧,୩୩୭ ୟୁନିଟଠୁ ୬୯.୬୭ ପ୍ରତିଶତ ଅଧିକ । ଏଥିରେ ୧୪,୮୬୫ ୟୁନିଟ୍ସ ବଢିଛି ।

- Advertisement -

ହୋଣ୍ଡାର ଦୁଇଚକିଆ ଯାନର ବଢୁଥିବା ବିକ୍ରି ଏହା ପ୍ରମାଣ କରୁଛି କି ଲୋକେ ଏହି ଗାଡିକୁ କେତେ ପସନ୍ଦ କରୁଛନ୍ତି । ଏହି ସଂଖ୍ୟା ବୃଦ୍ଧି ଲୋକପ୍ରିୟତା ଓ ଗ୍ରାହକଙ୍କ ବିଶ୍ବାସର ପ୍ରମାଣ । ଗ୍ରାହକଙ୍କ ଆବଶ୍ୟକତାକୁ ବୁଝି କମ୍ପାନୀ ନିଜ ଉତ୍ପାଦନରେ ସୁଧାର କରିଥାଏ । କମ୍ପାନୀ ନିଜ ଡିଲରସିପର ନେଟଓ୍ବର୍କ ମଧ୍ୟ ବଢାଇଛି ଯାହା ଫଳରେ ଭାରତୀୟ ଅଟୋମୋବାଇଲରେ ନିଜ ସ୍ଥିତିକୁ ମଜଭୁତ କରିପାରିଛି । ହୋଣ୍ଡା ଖୁବ୍ ଶୀଘ୍ର ନିଜ ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍କୁଟର ଆକ୍ଟିଭାର ଇଲେକ୍ଟ୍ରିକ୍ ଭର୍ସନ ମଧ୍ୟ ଆଣିବାକୁ ପ୍ରସ୍ତୁତ ହେଉଛି । ଏହି ସ୍କୁଟର ଚଳିତ ବର୍ଷ ଅନ୍ତ ସୁଦ୍ଧା ବଜାରକୁ ଆସିପାରେ । ଏହି ସ୍କୁଟର ଟିଭିଏସ୍ ଆଇକ୍ୟୁବ୍, ବଜାଜ ଚେତକ ଏବଂ ହିରୋ ଭିଡାକୁ ଟକ୍କର ଦେବ ।

ସୋନି ଆଣିଲା ବ୍ରାଭିଆ ୭ ସିରିଜ ସ୍ମାର୍ଟଟିଭି, ମିଳୁଛି ଅନେକ ଫିଚର୍

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories