ସୋନି ଆଣିଲା ବ୍ରାଭିଆ ୭ ସିରିଜ ସ୍ମାର୍ଟଟିଭି, ମିଳୁଛି ଅନେକ ଫିଚର୍

ନୂଆଦିଲ୍ଲୀ : ସୋନି ଭାରତରେ ନିଜ ନୂଆ ଟିଭିର ବଜାର ପ୍ରବେଶ କରିଛି । ଆମେ କହୁଛୁ ସୋନି ବ୍ରାଭିଆ ୭ ସିରିଜ କଥା । କମ୍ପାନୀ ଅନେକ ସ୍କ୍ରିନ୍ ସାଇଜରେ ଏହି ଟିଭି ସିରିଜକୁ ଲଞ୍ଚ୍ କରିଛି । ଏଥିରେ ଆଇମାକ୍ସ ଏନହାନ୍ସଡ ସାର୍ଟିଫିକେସନ ମିଳିବ । ଏହି ସିରିଜ ଏକ ପ୍ରିମିୟମ୍ ଅଫରିଂ, ଯେଉଁଥିରେ ଆପଣଙ୍କୁ ଅନେକ ଫିଚର୍ସ ମିଳିବ । ଉପଭୋକ୍ତା ଏହାକୁ ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମରୁ କିଣିପାରିବେ ।

ଟିଭି ୫୫ ଇଞ୍ଚ, ୬୫ ଇଞ୍ଚ ଏବଂ ୭୫ ଇଞ୍ଚ ସ୍କ୍ରିନ୍ ସାଇଜ ବିକଳ୍ପ ସହିତ ଆସିବ । ଏହାର ୫୫ ଇଞ୍ଚ ସ୍କ୍ରିନ୍ ସାଇଜ ଭେରିଏଣ୍ଟର ଦାମ୍ ୧,୮୨,୯୯୦ ଟଙ୍କା । ସେହିଭଳି ଏହାର ୬୫ ଇଞ୍ଚ ସ୍କ୍ରିନ୍ ସାଇଜ ଭେରିଏଣ୍ଟର ଦାମ୍ ୨,୨୯,୯୯୦ ଟଙ୍କା । କମ୍ପାନୀ ଏପର୍ଯ୍ୟନ୍ତ ଏହାର ୭୫ ଇଞ୍ଚ୍ ସ୍କ୍ରିନ୍ ସାଇଜ ଭେରିଏଣ୍ଟର ଦାମ୍ ସମ୍ପର୍କରେ କୌଣସି ସୂଚନା ଦେଇଛି । ଏହି ସମସ୍ତ ମଡେଲ ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ ଷ୍ଟୋର୍, ଇ-କମର୍ସ ପ୍ଲାଟଫର୍ମ ଏବଂ ସୋନି ସେଣ୍ଟରରେ ଉପଲବ୍ଧ ହେବ । ଏଥିରେ ହାଇ କ୍ବାଲିଟି ଷ୍ଟାଣ୍ଡାର୍ଡ ମିଳିବ । ଏହି ଟିଭି ଡଲବି ଆଟମ୍ସ ଏବଂ ଡଲବି ଭିଜନକୁ ସପୋର୍ଟ କରିବ । ଅର୍ଥାତ୍ ଏଥିରେ ଉତ୍ତମ କ୍ବାଲିଟିର ଅଡିଓ ଓ ଭିଡିଓ ଆଉଟପୁଟ୍ ମିଳିବ । ଏଥିରେ ଅନେକ ମୋଡ୍ ଏବଂ ବହୁତ ଫିଚର୍ସ ମିଳିବ । ସମସ୍ତ ମୋଡରେ ଉପଭୋକ୍ତାଙ୍କୁ ଉତ୍ତମ ଅନୁଭୂତି ମିଳିବ ।

Comments are closed.