www.samajalive.in
Saturday, December 6, 2025
16.1 C
Bhubaneswar

ରାସ୍ତା ମଝିରେ ପାର୍କିଂ ସୃଷ୍ଟି କରୁଛି ଟ୍ରାଫିକ ସମସ୍ୟା

ବାସୁଦେବପୁର : ବାସୁଦେବପୁର ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି। ଧାମରା- ଜାମୁଝାଡିକୁ ମାଲବାହୀ ଗାଡି ଚଳାଚଳକୁ ନେଇ ସଡକ ଦୁର୍ଘଟଣା ବଢିଥିବା ସହ ଦୋକାନୀଙ୍କ ସାମ୍ନା ରାସ୍ତା ପାର୍ଶ୍ୱରେ ଗ୍ରାହକମାନଙ୍କ ଗାଡି ପାର୍କିଂ ସୃଷ୍ଟି କରୁଛି ଟ୍ରାଫିକ ସମସ୍ୟା। ତାରିଣୀ ଛକ ଠାରୁ ପେଟ୍ରୋଲ ପମ୍ପ ପର୍ୟ୍ୟନ୍ତ ପ୍ରତିଟି ଦୋକାନ ଆଗରେ ଗ୍ରାହକମାନଙ୍କ ଗାଡି ପାର୍କିଂ କରୁଥିବା ବେଳେ ବ୍ଲକରୋଡରେ ରହିଛି ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନ। ଘରୋଇ ଶିକ୍ଷାନୁଷ୍ଠାନକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ନେବା ଆଣିବା କରୁଥିବା ଚାରିଚକିଆ ଓ ତିନିଚକିଆ ଗାଡି ସହିତ ଅଭିଭାବକମାନଙ୍କ ଦୁଇଚକିଆ ଗାଡି ପାର୍କିଂ ପାଇଁ ପଥ ଚାରୀମାନଙ୍କୁ ଯାତାୟାତରେ ବାଧକ ସାଜିଛି। ପାର୍କିଂ ପାଇଁ କୈାଣସି ସ୍ଥାନ ନଥିବା କାରଣ ସହିତ ଧାମରା- ଜାମୁଝାଡି ରାସ୍ତା ସଂପ୍ରସାରଣ ପରେ ଏହି ସମସ୍ୟା ଉତ୍କଟ ହୋଇଛି। ରାସ୍ତା ପାଶ୍ୱର୍ରେ ଥିବା ମୋଟରସାକେଲ ଉପରେ ଟ୍ରକ ମାଡିଯିବା ପରି ଘଟଣା ପୁର୍ବରୁ ଦେଖିବାକୁ ମିଳିଛି। ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏନେଇ ଥାନାଧିକାରିଣୀ ଲୋପାମୁଦ୍ରା ନାୟକ କୁହନ୍ତି,ସମସ୍ୟାର ସମାଧାନ କରାଯିବା ପାଇଁ ସଚେତନତାର ଆବଶ୍ୟକତା ରହିଛି। ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories