www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟରେ ବର୍ଷକରେ ଲାଗିବ ୫କୋଟି ଗଛ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ୭୫ତମ ବନ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ଚଳିତ ବର୍ଷ ରାଜ୍ୟରେ ୫କୋଟି ଗଛ ଲଗାଯିବା ନେଇ ପ୍ରସ୍ତୁତି କରାଯାଉଥିବା ପରିବେଶ ସଚିବ କହିଛନ୍ତି । ବୃକ୍ଷରୋପଣ ନେଇ ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁଙ୍କ ଏହି ସୂଚନା ଦେଇଛନ୍ତି । ଗଛ ଲଗାଇବା ପାଇଁ ୧୮ ମାସିଆ ପରିବର୍ତ୍ତେ ୩୦ ମାସିଆ ଚାରା ଯୋଗାଇ ଦିଆଯିବ । ଏହାସହିତ ପରିବେଶ ସୁରକ୍ଷା ପାଇଁ ପରିବେଶ ଅନୁକୂଳ ପଲିଥିନ୍‍ ଦିଆଯିବ । ବଜ୍ରପାତ ଜନିତ ମୃତ୍ୟୁ ରୋକିବାକୁ ୧୬ଲକ୍ଷ ତାଳ ଗଛ ଲଗାଯିବ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଡୁମୁଡୁମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ଯୋଗ ଦେଇ ଗଛ ଲଗାଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ବୃକ୍ଷରୋପଣରେ ଏକ ନମ୍ବର ହୋଇଛି । ଓଡ଼ିଶା ଦେଶରେ ୧ନଂ ହେବା ସହ ୪୮ହଜାର ଗଛ ଲଗାଇ କେରଳ ଦ୍ୱିତୀୟ ସ୍ଥାନରେ ରହିଛି । ‘ଏକ୍‍ ପେଡ୍‍ ମାଆ କେ ନାମ୍‍’ କାର୍ଯ୍ୟକ୍ରମରେ ଲଗାଯାଇଛି ୧ଲକ୍ଷ ୪୫ହଜାର ଗଛ । ରାଜ୍ୟରେ ୫କୋଟି ଗଛ ଲାଗିବ ସେଥିରୁ ୨.୨୦କୋଟି ଗଛ ସରକାର ଲଗାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories