www.samajalive.in
Saturday, December 6, 2025
23.1 C
Bhubaneswar

ଜିଓ ଦେଲା ଆଉ ଏକ ଝଟ୍‌କା; ରିଚାର୍ଜ ମହଙ୍ଗା କରିବା ସହ ହଟାଇଲା ଏସବୁ ଲୋକପ୍ରିୟ ପ୍ଲାନ୍

ସମାଜ ଡିଜିଟାଲ ଡେସ୍କ: ଜିଓ ଜୁଲାଇ ୩ରୁ ଏହାର ପ୍ରିପେଡ୍‌ ପ୍ଲାନ୍‌ଗୁଡ଼ିର ମୂଲ୍ୟ ବଢାଇ ଦେଇଛି। ଏହା ଉପଭୋକ୍ତାଙ୍କୁ ଏବ ବଡ଼ ଝଟ୍‌କା ଦେଇଥିଲା। ବିଭିନ୍ନ ଯୋଜନାର ମୂଲ୍ୟ ଭିନ୍ନ ଭାବରେ ବୃଦ୍ଧି କରାଯାଇଥିଲା। ତେବେ ଏହା ସହ କିଛି ଲୋକପ୍ରିୟ ପ୍ଲାନ୍‌ ମଧ୍ୟ ତାଲିକାରୁ ହଟାଇ ଦିଆଯାଇଛି, ଯାହା ଉପଭେକ୍ତାଙ୍କୁ ଆଉ ଏକ ଝଟ୍‌କା ଦେଇଛି। ଆସନ୍ତୁ ଜାଣିବା ସେହି ପ୍ଲାନଗୁଡ଼ିକ ବିଷୟରେ-

ବାର୍ଷିକ ପ୍ଲାନ୍‌-

- Advertisement -

ସର୍ବପ୍ରଥମେ ଉପଭୋକ୍ତା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସବୁଠୁ ଲୋକପ୍ରିୟ ୨୫୪୫ ଟଙ୍କାର ପ୍ଲାନ୍‌କୁ ହଟାଇ ଦିଆଯାଇଛି। ଏହାର ବୈଧତା ୩୩୬ ଦିନ ଥିଲା ଏବଂ ଏଥିରେ ପ୍ରତିଦିନ ୧.୫ ଜିବି ଡାଟା ମିଳୁଥିଲା।

ଓଟିଟି ପ୍ଲାନ୍‌-

ଅଧିକାଂଶ ଓଟିଟି ସବ୍‌ସ୍କ୍ରିପ୍ସନ ପ୍ଲାନ୍‌ଗୁଡ଼ିକୁ ମଧ୍ୟ ଜିଓ ହଟାଇ ଦେଇଛି। ଏଥିରେ ୩,୬୬୨ ପ୍ଲାନ୍, ୩,୨୨୬ ପ୍ଲାନ୍ ଓ ୩,୨୨୫ ପ୍ଲାନ୍‌ ସାମିଲ ଅଛି। ଏ ସମସ୍ତ ପ୍ଲାନ୍‌ ଓଟିଟି ସବ୍‌ସ୍କ୍ରିପ୍ସନ ସହ ଆସୁଥିଲା। ଏଥିସହ ପ୍ଲାନଗୁଡ଼ିକର ବୈଧତା ୩୬୫ ଦିନ ଥିଲା।

୨୯୯୯ ପ୍ଲାନ୍-

ଜିଓର ବାର୍ଷିକ ପ୍ଲାନ୍ କଥା ଉଠିଲେ ୨୯୯୯ ପ୍ଲାନ୍‌ର ନାଁ ମନେପଡ଼େ। ଏହା ୩୬୫ ଦିନର ବୈଧତା ସହ ଆସୁଥିଲା ​​ଏବଂ ଦୈନିକ ୨ ଜିବି ଡାଟା ମଧ୍ୟ ମିଳୁଥିଲା। ଏହାକୁ ମଧ୍ୟ ହଟାଇ ଦିଆଯାଇଛି। ଏବେ ଆପଣଙ୍କୁ ୩୫୯୯ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ ଓ ଏଥିରେ ୨.୫ ଜିବି ଦୈନିକ ଡାଟା ମିଳିବ।

୧୫୫୯ ପ୍ଲାନ୍‌- 

ଏହି ଯୋଜନା ସେହି ଉପଭୋକ୍ତାମାନଙ୍କ ପାଇଁ ବହୁତ ଖାସ୍‌ ଥିଲା, ଯେଉଁମାନେ କମ୍ ମୂଲ୍ୟରେ ବର୍ଷସାରା ନମ୍ବର ଆକ୍ଟିଭେଟ୍‌ ରଖିବାକୁ ଚାହୁଁଥିଲେ ଏବଂ ତାଙ୍କର ଅଧିକ ଡାଟା ମଧ୍ୟ ଆବଶ୍ୟକତା ନଥିଲା। ୧୫୫୯ ଟଙ୍କାର ପ୍ଲାନ୍‌ ପରିବର୍ତ୍ତେ ବର୍ତ୍ତମାନ ଆପଣଙ୍କୁ ୧୮୯୯ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories