www.samajalive.in
Monday, December 15, 2025
26.1 C
Bhubaneswar

ମୁମ୍ବଇ ପାଲଟିଲା ଜନସମୁଦ୍ର, ବିମାନ ବନ୍ଦରରେ ପାଣି ତୋପ ସଲାମ

ନୂଆଦିଲ୍ଲୀ  :  ଟି୨୦ ବିଶ୍ବକପ ବିଜୟୀ ଭାରତୀୟ କ୍ରିକେଟ ଦଳ ଗୁରୁବାର ସ୍ବଦେଶ ଫେରିଛନ୍ତି। ଖେଳାଳ ଓ ଅନ୍ୟ  ସଦସ୍ୟମାନଙ୍କୁ ବିସିସିଆଇଠାରୁ ଆରମ୍ଭ କରି କ୍ରିକେଟପ୍ରେମୀମାନଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା।  କ୍ରିକେଟରମାନଙ୍କୁ ସ୍ବାଗତ କରିବା ଲାଗି  ଦିଲ୍ଲୀରୁ ମୁମ୍ବଇ ପର୍ଯ୍ୟନ୍ତ କ୍ରିକେଟମୟ ହୋଇପଡ଼ିଥିଲା। ବିଶ୍ବକପ ବିଜୟୀ ଭାରତୀୟ ଖେଳାଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ମୁମ୍ବଇ  ବାହାରିଥିଲେ। ଅପରାହ୍ଣ ୫ଟା୨୮​‌େ​‌ର ଭାରତୀୟ  ଦଳର  ବିମାନ ମୁମ୍ବଇରେ ଅବତରଣ କରିଥିଲା।  ବିମାନ ବନ୍ଦରରେ ଅବତରଣ କରିବା ପରେ ଭାରତୀୟ ଦଳକୁ  ଜୋରଦାର ସ୍ବାଗତ କରାଯାଇଥିଲା।  ଭାରତୀୟ ଦଳର ବିମାନକୁ ପାଣି ତୋପ ସଲାମ ସହିତ ସ୍ବାଗତ କରାଯାଇଥିଲା।  ଏହା ପ​‌େ​‌ର ଖେଳାଳିମାନଙ୍କୁ  ମେରାଇନ ଡ୍ରାଇଭ୍‌କୁ ନିଆଯାଇଥିଲା। ଯେଉଁଠାରେ ବିଜୟ ପରେଡ ଆୟୋଜିତ ହୋଇଥିଲା।  ଖେଳାଳିମାନେ ଖୋଲା ବସ୍‌ରେ  ରୋଡ ଶୋ କରାଯାଇଥିଲା। ଲକ୍ଷାଧିକ  କ୍ରିକେଟପ୍ରେମୀ ଉପସ୍ଥିତ  ରହି ଭାରତୀୟ ଦଳକୁ  ସ୍ବାଗତ କରିଥିଲେ।ଖେଳାଳିମାନଙ୍କୁ ସ୍ବାଗତ କରିବା ପାଇଁ ପ୍ରଶଂସକମା​‌େ​‌ନ ବର୍ଷା ସତ୍ତ୍ବେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ପ୍ରବଳ ବର୍ଷା ସତ୍ତ୍ବେ ପ୍ରଶଂସକମାନଙ୍କ କ୍ରେଜ କମିନଥିଲା।  ଲୋକମାନେ ଷ୍ଟାଡ଼ିୟମରେ ଛତା ଧରି ଖେଳାଳିମାନଙ୍କୁ ଅପେକ୍ଷା କରିଥିଲେ।  ୱାଙ୍ଖଡେ ଷ୍ଟାଡ଼ିୟମରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ  ଅଧିନାୟକ ରୋହିତ ଶର୍ମା ବିବିସିଆଇ ସମ୍ପାଦକ ଜୟ ଶାହାଙ୍କୁ ବିଶ୍ବକପ ଟ୍ରଫି ପ୍ରଦାନ କରିଥିଲେ। ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଆୟୋଜିତ ଟି୨୦ ବିଶ୍ବକପ ନବମ ସଂସ୍କରଣର ଫାଇନାଲରେ ଭାରତ ୭ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟି୨୦ ବିଶ୍ବକପ ଟ୍ରଫି ଜିତିଥିଲା।ଏଥି ସହିତ ଭାରତ ୧୧ ବର୍ଷର ଆଇସିସି ଟ୍ରଫି ମରୁଡ଼ି, ୧୭ ବର୍ଷ  ପରେ  ଟି୨୦ ବିଶ୍ବକପ ଓ ୧୩ ବର୍ଷ ପରେ ବିଶ୍ବକପ ଜିତିବାରେ ସପଳ ହୋଇଥିଲା।  ବାର୍ବାଡୋଜରେ  ଘୁର୍ଣ୍ଣିଝଡ଼ ଲାଗି ଭାରତୀୟ  ଦଳ ସ୍ବଦେଶ  ଫେରିବାରେ ବିଳମ୍ବ ହୋଇଥିଲା।

- Advertisement -

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories