ଏମିତି ଆସେ ମୃତ୍ୟୁ; ଘରକୁ ପ୍ରବେଶ ବେଳେ୨୨ ସେକେଣ୍ଡରେ ଚାଲିଗଲା ଜୀବନ
ବାଉଁଶ ଧରି ଯିବାବେଳେ ୨୨ ସେକେଣ୍ଡରେ ଏମିତି ଘଟିଲା
ସମାଜ ଡିଜିଟାଲ ଡେସ୍କ: ମୃତ୍ୟୁ ଏମିତି ବି ଆସେ । ପାଣି ଫୋଟକା ପରି ନିମିଷକରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ନିଜ ଘରକୁ ପ୍ରବେଶ କରୁଥିବା ବେଳେ ବାହାରେ କିଛି ଏମିତି ଘଟିଲା ଯୁବକଙ୍କ ସହ ଯାହା କେହି କେବେ କଳ୍ପନା କରିନଥିବେ । ଯୁବକ ଜଣଙ୍କ ହାତରେ ବାଉଁଶ ଧରି ଖାଲି ପାଦରେ ଘରକୁ ଯାଉଥିଲେ । ଘରର ପ୍ରବେଶ ଦ୍ୱାର ପୂର୍ବରୁ ବାଉଁଶଟି ମୃତ୍ୟୁର ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଯୁବକଙ୍କ ଜୀବନ ମାତ୍ର ୨୨ସେକେଣ୍ଡ ଭିତରେ ଚାଲିଯାଇଥିଲା ।
ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମହୋବାର ଅଞ୍ଚଳରେ । ଘଟଣାଟି ମଙ୍ଗଳବାର ଅପରାହ୍ନରେ ଘଟିଥିବା କୁହାଯାଉଛି । ଲମ୍ବା ବାଉଁଶଟି ଧରି ଯୁବକ ଜଣଙ୍କ ଯାଉଥିବା ବେଳେ ମୁଣ୍ଡ ଉପରେ ଥିବା ହାଇଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ହଠାତ ଆସିଯାଇଥିଲେ । ବିଦ୍ୟୁତ୍ ଆଘାତରେ ଯୁବକଙ୍କ ପ୍ରାଣ ସେହିଠାରେ ହିଁ ଚାଲିଯାଇଥିଲା । ମୃତକ ଜଣଙ୍କ ୩୫ବର୍ଷୀୟ ଦେବେନ୍ଦ୍ର ବୋଲି ଜଣାପଡିଛି । ଯୁବକଙ୍କ ଏଭଳି ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ପରିବାରରେ ଶୋକର ଛାୟା ଖେଳିଯାଇଛି ।
ଘରକୁ ପ୍ରବେଶ ବେଳେ ୨୨ ସେକେଣ୍ଡରେ ଚାଲିଗଲା ଜୀବନ#viralvideo #Samajalive pic.twitter.com/Fyg5FvNwrE
— Samaja Live (@samajalive) July 5, 2024
Comments are closed.