‘ମଦ ପିଇ ଗାଡି ଚଳାଉଥିଲା’, ସ୍ବୀକାର କଲା ନାବାଳକ ଅଭିଯୁକ୍ତ

ନୂଆଦିଲ୍ଲୀ : ପୁଣେର ପୋର୍ଶେ କାଣ୍ଡରେ ନାବାଳକ ଅଭିଯୁକ୍ତ ଦୁର୍ଘଟଣା ଦିନ ମଦ୍ୟପାନ କରି ଗାଡି ଚଳାଉଥିବା ସ୍ବୀକାର କରିଛି । ପଚରାଉଚରା ସମୟରେ ନାବାଳକ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ କହିଛି କି ଦୁର୍ଘଟଣା ଦିନ ସମ୍ପୂର୍ଣ୍ଣ ଘଟଣା ତାର ମନେ ନାହିଁ । ଏହା ମଧ୍ୟରେ ପୁଣେର ଏକ କୋର୍ଟ ଆଜି ପ୍ରମାଷ୍ଟ ନଷ୍ଟ କରିବା ସମ୍ବନ୍ଧିତ ଏକ ମାମଲାରେ ୧୭ ବର୍ଷୀୟ ଅଭିଯୁକ୍ତର ପିତା-ମାତା ଶିବାନୀ ଅଗ୍ରଓ୍ବାଲ ଓ ବିଶାଲ ଅଗ୍ରଓ୍ବାଲଙ୍କୁ ୫ ଜୁନ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇଛନ୍ତି ।

ପୁଲିସ ସୂଚନା ଅନୁସାରେ ଅଗ୍ରଓ୍ବାଲ ଦମ୍ପତି ଏକ ସରକାରୀ ହସ୍ପିଟାଲକୁ ଯାଇ ରକ୍ତ ନମୁନାରେ ହେରାଫେରି କରି ପ୍ରମାଣ ନଷ୍ଟ କରିବାକୁ ଯୋଜନା କରିଥିଲେ । ପୁଲିସ ଏହି ଘଟଣାରେ ୩ ଅଲଗା ଅଲଗା ମାମଲା ରୁଜୁ କରିଛି । ଅନ୍ୟପଟେ ଅଭିଯୁକ୍ତର ମାତା-ପିତାଙ୍କ ସହ ତାଙ୍କ ଜେଜେଙ୍କୁ ମଧ୍ୟ ଗିରଫ କରାଯାଇଛି । ପୁଲିସ ଏହି ମାମଲାରେ ଯାଞ୍ଚ ପାଇଁ ୧୦୦ ପୁଲିସ କର୍ମୀଙ୍କୁ ନେଇ ୧୨ରୁ ଅଧିକ ଟିମ୍ ଗଠନ କରିଛି ।

ପୁଣେ ପୋର୍ସେ କାର୍‌‌ ଦୁର୍ଘଟଣା ମାମଲାରେ ମିଳିଲା ନୂଆ ତଥ୍ୟ; ଅଭିଯୁକ୍ତକୁ ଖସାଇବାକୁ ହୋଇଥିଲା ଷଡ଼ଯନ୍ତ୍ର, ରକ୍ତ ନମୁନା ବଦଳାଇଥିବା ୨ ଡାକ୍ତର ଗିରଫ

Comments are closed.