www.samajalive.in
Sunday, November 16, 2025
15.1 C
Bhubaneswar

ଉତ୍କଟ ଦାରିଦ୍ର୍ୟରେ ଶଢ଼ୁଛନ୍ତି ବିଶ୍ବର ୧୦୦ କୋଟିରୁ ଊର୍ଦ୍ଧ୍ବ

ନ୍ୟୁୟର୍କ: ବିଶ୍ବର ୧୦୦ କୋଟିରୁ ଊର୍ଦ୍ଧ୍ବ ବ୍ୟକ୍ତି ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଜୀବନ ଅତିବାହିତ କରୁଥିବା ଜାତିସଂଘ ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି। ଏମାନଙ୍କ ମଧ୍ୟରେ ଶିଶୁମାନଙ୍କ ସଂଖ୍ୟା ବହୁତ ଅଧିକ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ୟୁଏନ୍‌ଡିପି ଓ ଓପିଏଚ୍‌ଆଇ ତରଫରୁ ପ୍ରତିବର୍ଷ ଦାରିଦ୍ର୍ୟ ସୂଚୀ ରିପୋର୍ଟ ପ୍ରକାଶିତ ହୋଇଥାଏ। ଚଳିତବର୍ଷ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଶ୍ବର ୧୦୦ କୋଟିରୁ ଊର୍ଦ୍ଧ୍ବ ବ୍ୟକ୍ତି ଉତ୍କଟ ଦାରିଦ୍ର୍ୟ ମଧ୍ୟରେ କାଳ କାଟୁଛନ୍ତି। ବିଶ୍ବର ୧୧୨ଟି ଦେଶରେ ରହୁଥିବା ୬୦୦ କୋଟିରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଜୀବନଧାରଣ ମାନକୁ ତର୍ଜମା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ବାସଗୃହ, ବିଦ୍ୟୁତ ଶକ୍ତି, ପାନୀୟ ଜଳ, ଜାଳେଣୀ, ପୋଷଣ, ପରିଷ୍କାର ପରିଚ୍ଛନ୍ନତା, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଦି ପ୍ରସଙ୍ଗକୁ ଆଧାର କରି ଏହି ରିପୋର୍ଟ ବନାଯାଇଛି। ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ସେସବୁ ଦେଶରେ ରହୁଥିବା ବ୍ୟକ୍ତି ଦାରିଦ୍ର୍ୟ ଯୋଗୁଁ ଅଧିକ କଷ୍ଟରେ ଜୀବନ ଅତିବାହିତ କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ଏଭଳି ବ୍ୟକ୍ତିଙ୍କ ସଂଖ୍ୟା ୪୫ କୋଟିରୁ ଅଧିକ ବୋଲି ଜଣାପଡ଼ିଛି। ଯୁଦ୍ଧଗ୍ରସ୍ତ ଦେଶଗୁଡ଼ିକରେ ରହୁଥିବା ବ୍ୟକ୍ତି ଜୀବନଧାରଣ ନିମନ୍ତେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ୫୮ କୋଟିରୁ ଅଧିକ ୧୮ ବର୍ଷରୁ କମ୍‌ ବ୍ୟକ୍ତି ଉତ୍କଟ ଦାରିଦ୍ର୍ୟରେ କାଳ କାଟୁଥିବା ବେଳେ ମୋଟ ଦରିଦ୍ର ବ୍ୟକ୍ତିଙ୍କ ମଧ୍ୟରୁ ଆଫ୍ରିକା ଓ ଦକ୍ଷିଣ ଏସିଆ ଅଞ୍ଚଳରେ ୮୩ଧରୁ ଅଧିକ ରହୁଥିବା ରିପୋର୍ଟରେ ଦର୍ଶାଯାଇଛି। ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ହେଉଥିବା ବେଳେ ଏହାର ପରିଣାମ ଆଶାଜନକ ନୁହେଁ ବୋଲି ଓପିଏଚ୍‌ଆଇର ନିର୍ଦେଶକ ଆଲ୍‌କିରେ କହିଛନ୍ତି। ଯେଉଁ ସବୁ ଦେଶରେ ଉତ୍କଟ ଦାରିଦ୍ର୍ୟ ଦେଖା ଦେଇଛି ସେଥିମଧ୍ୟରୁ ଅଧିକାଂଶରେ ଗୃହଯୁଦ୍ଧ ସ୍ଥିତି ଲାଗି ରହିଥିବା ସେ ଦର୍ଶାଇଛନ୍ତି। ଭାରତର ମୋଟ୍‌ ଜନସଂଖ୍ୟାର ୨୩ କୋଟିରୁ ଅଧିକ ଉତ୍କଟ ଦାରିଦ୍ର୍ୟରେ କାଳ କାଟୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories