www.samajalive.in
Saturday, December 6, 2025
23.1 C
Bhubaneswar

ମୁଦିପଡା ଗଜଲକ୍ଷ୍ମୀ ପୂଜା ଆରମ୍ଭ 

ସମ୍ବଲପୁର: ସମ୍ବଲପୁରର ମୁଦିପଡା ସ୍ଥିତ ପଞ୍ଚମୁଖୀ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି। ମହିଳାମାନେ ଏକ ଭବ୍ୟ ଶୋଭାଯାତ୍ରାରେ ମହାନଦୀକୁ ଯାଇ କଳସରେ ଜଳ ଭର୍ତ୍ତି କରି ପୂଜା ମଣ୍ଡପକୁ ଆସିଥିଲେ। ଅନେକ ଭକ୍ତ ମାନଙ୍କ ଗହଣରେ ପୂଜାରମ୍ଭ ହୋଇ ରାତ୍ରୀରେ ସମ୍ପନ୍ନ ହୋଇଥିଲା। ଚଳିତ ବର୍ଷ ପୂଜାରେ କର୍ତ୍ତାରେ ଦାୟିତ୍ୱ ସ୍ଥାନୀୟ ଦୁର୍ଗା କଲୋନୀ ନିବାସୀ ରାଜେନ୍ଦ୍ର ସାହୁ ଓ ସହଧର୍ମିଣୀ ଦୀପା ସାହୁ ନିର୍ବାହ କରିଛନ୍ତି। ପୂଜା ମହୋତ୍ସବକୁ ରାମକୃଷ୍ଣ ମିଶ୍ର, ରାଧାମୋହନ ମିଶ୍ର, କୋଦଣ୍ଡ ନାଏକ, ସୀମାଞ୍ଚଳ ପଣ୍ଡା, ନୀଳାଞ୍ଚଳ ପଣ୍ଡା, ରାମଚନ୍ଦ୍ର ପୋଢ଼, ଗଙ୍ଗାଧର ଭୋଇ, ବିନୋଦ ପ୍ରଧାନ ପ୍ରମୁଖ ସକ୍ରିୟ ରୂପେ ପରିଚାଳନା ଓ ଆୟୋଜନ ପାଇଁ ଭୂମିକା ନିର୍ବାହ କରୁଛନ୍ତି। ଡ. ବିଜୟ ପ୍ରଧାନ, ନିମାଇଁ କର, ଭୁବନେଶ୍ୱର ସାହୁ ପ୍ରମୁଖ ଉପଦେଷ୍ଟା ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରତିଦିନ ପୂଜା କମିଟି ପକ୍ଷରୁ ଭାଗବତ ଚର୍ଚ୍ଚା, ଭଜନ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।

ଜାଣନ୍ତୁ.. ଆରମ୍ଭ ହେଲା କାର୍ତ୍ତିକ ମାସ; ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ..

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories