www.samajalive.in
Sunday, December 14, 2025
16.1 C
Bhubaneswar

ଜାଣନ୍ତୁ.. ଆରମ୍ଭ ହେଲା କାର୍ତ୍ତିକ ମାସ; ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ..

ଆରମ୍ଭ ହୋଇଛି କାର୍ତ୍ତିକ ମାସ । କାର୍ତ୍ତିକ ମାସର ହିନ୍ଦୁ ଧର୍ମରେ ଖୁବ୍‌ ମହତ୍ତ୍ୱ ରହିଛି । ଏହି ସମୟରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ଏହି ସମୟରେ ଗଙ୍ଗା ସ୍ନାନର ମଧ୍ୟ ମହତ୍ତ୍ୱ ରହିଛି । କାର୍ତ୍ତିକ ମାସର ଆରମ୍ଭ ୧୭ ଅକ୍ଟୋବର ସନ୍ଧ୍ୟା ୪ଟା ୫୬ ମିନିଟ୍‌ରେ କାର୍ତ୍ତିକ ମାସ କୃଷ୍ଣ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ । କାର୍ତ୍ତିକ ମାସ ୧୫ ନଭେମ୍ବରରେ ଶେଷ ହେବ । ସଠିକ୍‌ ନିୟମ ଅନୁସାରେ କାର୍ତ୍ତିକ ମାସରେ ପୂଜାପାଠ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଧନ,ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ଏହାସହ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ । ତେବେ ଏହି ମାସରେ କିଛି ଦିଗ ପ୍ରତି ଧ୍ୟାନ ଦେବା ସହ କେଉଁ ଭୁଲ୍‌ କରିବା ଉଚିତ୍‌ ନୁହେଁ ଜାଣନ୍ତୁ..

୧- କାର୍ତ୍ତିକ ମାସରେ ଅସହାୟଙ୍କୁ ଅନ୍ନ ଦାନ କରନ୍ତୁ । ଏପରି କରିବା ଦ୍ୱାରା ଚନ୍ଦ୍ର ଦୋଷ ଦୂର ହୋଇଥାଏ । ଚନ୍ଦ୍ରମାଙ୍କ ଶୁଭଫଳ ମିଳିଥାଏ ।

- Advertisement -

୨- କାର୍ତ୍ତିକ ମାସରେ ଦୀପ ଦାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ଏହି ମାସରେ ପବିତ୍ର ନଦୀରେ ସ୍ନାନ କରି ଦୀପ ଦାନ କରିବା ଦ୍ୱାରା ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ।

୩- କାର୍ତ୍ତିକ ମାସରେ ତୁଳସୀଙ୍କ ପୂଜାର ମଧ୍ୟ ମହତ୍ତ୍ୱ ରହିଛି । ଶାସ୍ତ୍ର ଅନୁସାରେ ଏହି ମାସରେ ନିୟମିତ ତୁଳସୀଙ୍କ ନିକଟରେ ଘିଅ ଦୀପ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ ।

୧୭ ଅକ୍ଟୋବରରେ ତୁଳା ରାଶିରେ ବୁଦ୍ଧାଦିତ୍ୟ ଯୋଗ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

୪ – ଏହି ମାସରେ ଶରୀରରେ ତେଲ ଲଗାନ୍ତୁ ନାହିଁ ।

୫- ଏହି ମାସରେ ଭୂମି ଉପରେ ଶୟନ କରନ୍ତୁ ।

୬- କାର୍ତ୍ତିକ ମାସରେ ଭୁଲ୍‌ରେ ମଧ୍ୟ ବିରି, ମୁଗ, ମସୁର, ବୁଟ ଡ଼ାଲି, ମଟର ଆଦି ଖାଆନ୍ତୁ ନାହିଁ । ଆମିଷ ମଧ୍ୟ ସେବନ କରନ୍ତୁ ନାହିଁ ।

୭- କାର୍ତ୍ତିକ ମାସରେ ନିୟମିତ ଗୁଡର ସେବନ କରନ୍ତୁ । ଏହି ମାସରେ ଗୁଡ ଦାନ କରନ୍ତୁ ।

୮- ଏହି ମାସରେ ବାଇଗଣ ଓ କଲରା ଖାଇବା ଉଚିତ୍‌ ନୁହେଁ ।

ଆସିଲା ‘ପୁଷ୍ପା ୨ ଦି ରୁଲ୍‌’ର ନୂଆ ପୋଷ୍ଟର; ପ୍ରଶଂସକ କହିଲେ ବକ୍ସ ଅଫିସ୍‌ରେ କରିବ ହଇଚଇ, ଭାଙ୍ଗିବ ସବୁ ରେକର୍ଡ..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories