ଆସିଲା ‘ପୁଷ୍ପା ୨ ଦି ରୁଲ୍‌’ର ନୂଆ ପୋଷ୍ଟର; ପ୍ରଶଂସକ କହିଲେ ବକ୍ସ ଅଫିସ୍‌ରେ କରିବ ହଇଚଇ, ଭାଙ୍ଗିବ ସବୁ ରେକର୍ଡ..

ମୁମ୍ବଇ : ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଦକ୍ଷିଣ ଭାରତୀୟ ଫିଲ୍ମ‘ପୁଷ୍ପା ୨ ଦି ରୁଲ୍‌’ର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି। ଏହି ପୋଷ୍ଟର ପୁଣି ଥରେ ପ୍ରଶଂସକଙ୍କ ଉତ୍କଣ୍ଠାକୁ ଦ୍ୱିଗୁଣ ବଢାଇଛି। ନୂଆ ପୋଷ୍ଟରରେ ଅଭିନେତା ଅଲ୍ଲୁ ଅର୍ଜୁନ୍‌ ନିଜର ସିଗ୍‌ନେଚର୍‌ ପୁଷ୍ପା ଲୁକ୍‌ରେ ନଜର ଆସିଛନ୍ତି।

୧୭ ଅକ୍ଟୋବରରେ ତୁଳା ରାଶିରେ ବୁଦ୍ଧାଦିତ୍ୟ ଯୋଗ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..


ପୋଷ୍ଟର ସହ ଫିଲ୍ମ ରିଲିଜ୍‌କୁ ନେଇ ମଧ୍ୟ ନୂଆ ତଥ୍ୟ ସାମ୍ନାକୁ ଆସିଛି । ନୂଆ ପୋଷ୍ଟରରେ ଅଲ୍ଲୁ ଅର୍ଜୁନ୍‌ ନିଜର ‘ପୁଷ୍ପା’ ଲୁକ୍‌ରେ ଖୁବ୍‌ ଗମ୍ଭୀର, ବିଦ୍ରୋହୀ ଓ ଭରପୁର ଆତ୍ମବିଶ୍ୱାସ ସହ ବସିଥିବା ଦେଖାଯାଉଛନ୍ତି ।

ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ନିଜର ସ୍ଥିର କରାଯାଇଥିବା ତାରିଖ ଅର୍ଥାତ୍‌ ୬ ଡିସେମ୍ବର ୨୦୨୪ରେ ରିଲିଜ୍‌ ହେବାକୁ ଯାଉଛି । ଦର୍ଶକ ପୋଷ୍ଟରକୁ ଦେଖି ଖୁବ୍‌ ଉତ୍ସାହିତ ହୋଇଛନ୍ତି । ପୋଷ୍ଟର ଦେଖି ପ୍ରଶଂସକ କହିଛନ୍ତି, ପୁଷ୍ପା ନାମ ହିଁ କେବଳ ଯଥେଷ୍ଟ । ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିବ ।

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା -ପାର୍ଟ୧କୁ ଦର୍ଶକଙ୍କ ଖୁବ୍‌ ଭଲପାଇବା ମିଳିଥିଲା । ପୁଷ୍ପାର ଲୋକପ୍ରିୟତା ଦେଖି ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ପାର୍ଟ ୨କୁ ଅପେକ୍ଷା କରିଛନ୍ତିା

୧୫ ଅକ୍ଟୋବରରୁ ବଦଳିଲା ୟୁଟ୍ୟୁବ୍‌ର ଏହି ନିୟମ; ଭିଡିଓ ଦେଖିବା ପୂର୍ବରୁ ଜାଣି ରଖନ୍ତୁ..


ସୂଚନାଯୋଗ୍ୟ ‘ପୁଷ୍ପା ୨ ଦି ରୁଲ୍‌’ ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ କରାଯାଉଛି ଏବଂ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଅଛନ୍ତି। ଚଳିତ ବର୍ଷ ରିଲିଜ୍ ହେବାକୁ ଥିବା ଏହା ହେଉଛି ସବୁଠାରୁ ବଡ ଚଳଚ୍ଚିତ୍ର ବୋଲି ଆଶା କରାଯାଉଛିା ଫରଦ ଫାସିଲ , ଶ୍ରୀତେଜ, ବିଜୟ ସେତୁପତି, ଏବଂ ଅନସୁୟା ଭରଦ୍ୱାଜ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଜିଓ ପୁଣି ଆଣିଲା ଶସ୍ତା ରିଚାର୍ଜ ପ୍ଲାନ୍‌; ମାତ୍ର ଏତିକି ଟଙ୍କାରେ ମିଳିବ ୫ଜି ଅନଲିମିଟେଡ୍‌ ଡାଟା..

Comments are closed.