www.samajalive.in
Sunday, December 7, 2025
26.1 C
Bhubaneswar

ହୁତି ଆତଙ୍କୀଙ୍କ ଅସ୍ତ୍ରାଗାର ଧ୍ବଂସ କଲା ଆମେରିକା

ସମାଜ ଡିଜିଟାଲ ଡେସ୍କ: ୟେମେନରେ ଆଡ୍ଡା ଜମାଇଥିବା ହୁତି ଆତଙ୍କୀଙ୍କ ଅସ୍ତ୍ରାଗାରକୁ ଧ୍ବଂସ କରିଛି ଆମେରିକା। ଏହି ଅସ୍ତ୍ରାଗାର ଭୂପୃଷ୍ଠ ମଧ୍ୟରେ କଂକ୍ରିଟ ବଙ୍କର ଭିତରେ ରହିଥିଲା। ବୋମାମାଡ଼ କରି ଆମେରିକା ଏହାକୁ ବରବାଦ କରିଦେଇଛି। ହୁତୀ ଆତଙ୍କୀମାନେ ଏହି ଅସ୍ତ୍ରାଗାର ବଳରେ ରେଡ୍‌ ସି(ଲୋହିତ ସାଗର) ବାବ ଅଲ-ମାନଦେବ ଉପକୂଳ ଏବଂ ଅଦନ ଉପକୂଳରେ ଅନ୍ତର୍ଜାତୀୟ ଜାହାଜଗୁଡ଼ିକୁ ଟାର୍ଗେଟ କରିବା ସହିତ କ୍ଷେପଣାସ୍ତ୍ର, ରକେଟ ଏବଂ ଡ୍ରୋନ ଜରିଆରେ ଆକ୍ରମଣ କରୁଥିଲେ। ତେଣୁ ଅସ୍ତ୍ରାଗାର ଧ୍ବଂସ କରିଦେବା ଫଳରେ ହୁତି ବିଦ୍ରୋହୀ ଅନେକ ମାତ୍ରାରେ ଦୁର୍ବଳ ହୋଇପଡ଼ିବା ଆଶା କରାଯାଉଛି।

ଅନ୍ୟପଟେ ଅନେକ ବର୍ଷ ପରେ ଆମେରିକା ପରମାଣୁ ଅସ୍ତ୍ର ବହନ କରୁଥିବା ଷ୍ଟିଲ୍‌ଥ ବମ୍ବର(ନ୍ୟୁକ୍ଲିୟର ଷ୍ଟିଲ୍‌ଥ ବମ୍ବର) ବି-୨ ସ୍ପିରିଟର ବ୍ୟବହାର କରିଛି। ଏହା ଆମେରିକାର ସବୁଠୁ ମହଙ୍ଗା ଅସ୍ତ୍ରଶସ୍ତ୍ର ମଧ୍ୟରୁ ଗୋଟିଏ। ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଯୁଦ୍ଧ ଚାଲିଥିବାବେଳେ ଇସ୍ରାଏଲ ଉପରେ ୪ ପଟୁ ଆକ୍ରମଣ ଚାଲିଛି। ହମାସ, ହେଜବୋଲ୍ଲା, ଇରାନ ଏବଂ ହୁତୀ ମିଳିତ ଭାବେ ଇସ୍ରାଏଲ ଉପ​‌ରେ ଆକ୍ରମଣ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିରେ ଆମେରିକାର ଆକ୍ରମଣ ସମସ୍ତଙ୍କ ଉପରେ ଚାପ ପକାଇବ ବୋଲି କୁହାଯାଉଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories