www.samajalive.in
Sunday, November 16, 2025
15.1 C
Bhubaneswar

୧୭ ଅକ୍ଟୋବରରେ ତୁଳା ରାଶିରେ ବୁଦ୍ଧାଦିତ୍ୟ ଯୋଗ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଗ୍ରହ ସ୍ଥିତି ଖୁବ୍‌ ଖାସ୍‌ । ୧୭ ଅକ୍ଟୋବରରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ । ଫଳରେ ତୁଳା ରାଶିରେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେବ । ସେହିପରି ୨୦ ଅକ୍ଟୋବରରେ ମଙ୍ଗଳ ଚଳନ କରିବେ । ଗ୍ରହଙ୍କ ଏହି ଚଳନ କିଛି ରାଶି ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ । ଚାକିରି ଓ ବ୍ୟବସାୟରେ ଲାଭ ହେବ । ଜାଣନ୍ତୁ ଗ୍ରହଙ୍କ ଏହି ଚଳନରେ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜିନିଷ କିଣାବିକାରେ ଖର୍ଚ୍ଚାନ୍ତ ହୋଇ ପାରନ୍ତି । କ୍ରୀଡା କ୍ଷେତ୍ରରେ ଜଡିତ ବ୍ୟକ୍ତି ବିଶେଷ ଲାଭବାନ୍‌ ହେବେ । ବ୍ୟବସାୟୀ ଆଶା ଅନୁଯାୟୀ ଲାଭ ପାଇବେ ।

- Advertisement -

ବୃଷ – ଶିକ୍ଷା କ୍ଷେତ୍ରରେ ଜଡିତ ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ ହେବ । ଅନାବଶ୍ୟକ ଖର୍ଚ୍ଚ କମ୍‌ ହେବ ।

ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କର ଆବଶ୍ୟକତା ଅନୁସାରେ ଧନ ଖର୍ଚ୍ଚ ହେବ । ବ୍ୟବସାୟୀ ଯାତ୍ରା କରି ଲାଭବାନ୍‌ ହେବେ । ଧନ ଲାଭର ଯୋଗ ରହିଛି ।

କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହଠାତ୍‌ ଧନ ଲାଭ ହେବ । କର୍ମକ୍ଷେତ୍ରରେ ପଦନ୍ନୋତିର ଯୋଗ ରହିଛି। ବ୍ୟବସାୟରେ ଲାଭ ହେବ ।

ସିଂହ – ବ୍ୟବସାୟୀ ଲାଭବାନ୍‌ ହେବା ସହ ଧନ ଲାଭ ହେବ। ଟଙ୍କା ନିବେଶ କରି ମଧ୍ୟ ଲାଭବାନ୍‌ ହେବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ପିତାଙ୍କ ଦ୍ୱାରା ଧନ ଲାଭର ଯୋଗ ରହିଛି । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଅଟକି ଥିବା କାମରେ ସଫଳତା ମିଳିବ ।

ଏକ ମାସ ନିୟମିତ ଖାଲି ପେଟରେ କିଶ୍‌ମିଶ୍‌ ପାଣି ପିଇଲେ ମିଳିବ ଏହି ଚମତ୍କାରୀ ଲାଭ..

ତୁଳା – ଏହି ରାଶି ବ୍ୟକ୍ତି ବିଶେଷ ଖର୍ଚ୍ଚାନ୍ତ ହୋଇ ପାରନ୍ତି । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଅନାବଶ୍ୟକ ଖର୍ଚ୍ଚର ସାମ୍ନା କରିବାକୁ ପଡି ପାରେ ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ବ୍ୟବସାୟରେ ବୃଦ୍ଧି ହେବ ।

ଧନୁ – ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ପଦନ୍ନୋତିର ଯୋଗ ରହିଛି । ଔଷଧରେ ଟଙ୍କା ଖର୍ଚ୍ଚ ହୋଇପାରେ ।

ମକର – ଅନ୍‌ଲାଇନ୍‌ ସହ ଜଡିତ ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ ହେବ । ଚାକିରି କ୍ଷେତ୍ରରେ ଥିବା ଲକ୍ଷ୍ୟକୁ ପୂରଣ କରିବେ । ପଦନ୍ନୋତି ସହ ଧନ ଲାଭ ହେବ । ଟଙ୍କା କରଜରେ ଦିଅନ୍ତୁ ନାହିଁ ।

କୁମ୍ଭ- ବ୍ୟବସାୟରେ ଥିବା ସମସ୍ୟା ଦୂର ହେବ । ଚାକିରି କ୍ଷେତ୍ରରେ ସଫଳତା ଓ ମାନ-ସମ୍ମାନ ମିଳିବ । ଆୟରେ ବୃଦ୍ଧି ହେବ । ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି ।

ମୀନ- ବ୍ୟବସାୟରେ ଲାଭ ହେବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ସଫଳତା ମିଳିବ । ଅନାବଶ୍ୟକ ଖର୍ଚ୍ଚରେ ନିୟନ୍ତ୍ରଣ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

 

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories