www.samajalive.in
Saturday, December 6, 2025
19.1 C
Bhubaneswar

ବାଲକୋନୀରୁ ଖସି ପ୍ରସିଦ୍ଧ ପପ୍‌ ଗାୟକ ଲିଆମ ପେନ୍‌ଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ହଲିଉଡ୍‌ ଜଗତର ପ୍ରସିଦ୍ଧ ବ୍ରିଟିଶ ପପ୍‌ ଗାୟକ ଲିଆମ ଜେମ୍‌ସ ପେନ୍‌ଙ୍କ ମୃତ୍ୟୁ ଘଟିଛି। ଆର୍ଜେଣ୍ଟିନାର ଏକ ହୋଟେଲ ବାଲକୋନୀରୁ ଖସି ତାଙ୍କର ମୃତ୍ୟୁ ଘଟିଛି। ୩୧ ବର୍ଷୀୟ ପେନ୍‌ଙ୍କ ମୃତ୍ୟୁରେ ସମଗ୍ର ହଲିଉଡ୍‌ ଜଗତରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ବ୍ରିଟିଶ ପପ୍‌ ଗାୟକ ପେନ୍‌ ଆର୍ଜେଣ୍ଟିନାର ବୁଏନୋସ ଏୟାରସ୍‌ସ୍ଥିତ କାସାସୁର ପାଲେର୍ମୋ ହୋଟେଲରେ ରହୁଥିଲେ। ସେ ବାଲକୋନୀରୁ ଖସିପଡ଼ିଥିଲେ ବୋଲି ପୁଲିସ କହିଛି। ତେବେ କିପରି ଅବସ୍ଥାରେ ସେ ଖସିପଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ। କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ପେନ୍‌ କୌଣସି କାରଣକୁ ନେଇ ଅଶାନ୍ତ ଥିବା ଜଣାପଡ଼ୁଥିଲା। କାରଣ ସେ ହୋଟେଲ ଲବିରେ ହଠାତ ରାଗିଯାଇ ନିଜ ଲାପଟପକୁ ଭାଙ୍ଗି ଦେଇଥିଲେ। ଏହା ପରେ ତାଙ୍କର ମୃତ୍ୟୁ ଖବର ଶୁଣିବାକୁ ମିଳିଥିଲା। ସେ ଜ​‌ଣେ ପ୍ରଖ୍ୟାତ କମ୍ପୋଜର ଏବଂ ଗୀଟାର ବାଦକ ଥିଲେ। ତାଙ୍କ ମୃତ୍ୟୁ ପରେ ବହୁ ବଡ଼ ବଡ଼ ହଲିଉଡ ତାରକା ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories