www.samajalive.in
Friday, December 5, 2025
17.1 C
Bhubaneswar

ପାକିସ୍ତାନ ସମର୍ଥନରେ ଦେଉଥିଲା ସ୍ଳୋଗାନ, ଏବେ ତ୍ରିରଙ୍ଗାକୁ ୨୧ ଥର ସଲାମି ସହ କହିବ ‘ଭାରତ ମାତା କୀ ଜୟ’- ଏମିତି ସର୍ତ୍ତରେ ଅଭିଯୁକ୍ତକୁ ଛାଡ଼ିଲେ କୋର୍ଟ

ସମାଜ ଡିଜିଟାଲ ଡେସ୍କ: ଭାରତ ବିରୋଧୀ ସ୍ଳୋଗାନ ଦେଉଥିଲେ। ପାକିସ୍ତାନ ସମର୍ଥନରେ ନାରା ଲଗାଉଥିଲେ। କିନ୍ତୁ ଏବେ ତାଙ୍କୁ ମାସକୁ ଦୁଇଥର ତ୍ରିରଙ୍ଗାକୁ ସଲାମି(ସାଲ୍ୟୁଟ) କରିବାକୁ ପଡ଼ିବ। ଏହି ସମୟରେ ୨୧ ଥର ଲେଖାଏ ‘ଭାରତ ମାତା କୀ ଜୟ’ କହିବାକୁ ପଡ଼ିବ। ଏମିତି ଅଭିନବ ସର୍ତ୍ତରେ ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ଅଭିଯୁକ୍ତକୁ ଜାମିନରେ ଛାଡ଼ିଛନ୍ତି। ଏହା ସହିତ ୫୦ ଟଙ୍କା ଜରିମାନା କରିଛନ୍ତି। ମାମଲାର ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ପ୍ରତିମାସର ପ୍ରଥମ ଏବଂ ୪ର୍ଥ ମଙ୍ଗଳବାର ୨ ଥର ଭୋପାଳ ଥାନାକୁ ଯାଇ ସେଠାରେ ଏପରି କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।

ବିଚାରପତି ଡି.କେ. ପାଲିଓ୍ବାଲ ଆଦେଶରେ କହିଛନ୍ତି ଯେ, କିଛି ସର୍ତ୍ତ ରଖି ଅଭିଯୁକ୍ତକୁ ଜାମିନରେ ଛଡ଼ାଯାଇପାରିବ। ଯାହାଫଳରେ ତା’ ମନରେ ଦେଶ ପ୍ରତି ଦାୟିତ୍ଵବୋଧ ଏବଂ ଗର୍ବର ଭାବନା ସୃଷ୍ଟି ହୋଇପାରିବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories