ଭିଡିଓ: ‘ଧିରେ ଗାଡି ଚଲାଅ’ ବୋଲି କହିବାରୁ ମାଡ ମାରିଲା ଯୁବକ, ହସ୍ପିଟାଲରେ ବୃଦ୍ଧ ମୃତ
ହାଇଦ୍ରାବାଦ : ହାଇଦ୍ରାବାଦର ଅଲଓ୍ବଲରୁ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଠାରେ ଜଣେ ମୋଟରସାଇକେଲ ଆରୋହୀ ଜଣେ ବୃଦ୍ଧ ଯାତ୍ରୀଙ୍କୁ ଆକ୍ରମଣ କରୁଛନ୍ତି । ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ଯେଉଁଠି ସେ ମୃତ୍ୟୁବରଣ କରୁଛନ୍ତି ।
ଘଟଣାଟି ୩୦ ସେପ୍ଟେମ୍ବରର ବୋଲି କୁହାଯାଉଛି । ମୃତକ ଜଣ ୬୫ ବର୍ଷୀୟ ଅଞ୍ଜନେୟୁଲୁ ବୋଲି କୁହାଯାଉଛି । ସେ ଜଣେ ବାଇକ ଆରୋହୀଙ୍କୁ ଧିରେ ଗାଡି ଚଳାଇବାକୁ ପରାମର୍ଶ ଦେବାରୁ ଉତ୍ୟକ୍ତ ହୋଇ ବାଇକ ଚାଳକ ତାଙ୍କୁ ଆକ୍ରମଣ କରିଥିଲା । ଦେଖନ୍ତୁ ଭିଡିଓ..
An elderly man Anjaneyulu (65) was crossing the road near Sree Bakery at temple Alwal, under #Alwal ps limits, #Hyderabad , brutally attacked by a biker on September 30, for asking him to slow down.@PawanKalyan our society, what’s your view? #Bharat #India #people #social pic.twitter.com/aJNy6L04kM
— Avinash Pujari (@Avinashpujari02) October 17, 2024
ଏଥିରେ ବୟସ୍କ ବ୍ୟକ୍ତି ଜଣକ ରାସ୍ତା ପାର୍ କରୁଛନ୍ତି । ଏହି ସମୟରେ ବାଇକରେ ଏକ ଦମ୍ପତି ଯାଉଛନ୍ତି । ବ୍ୟକ୍ତି ଜଣଙ୍କ ତାଙ୍କୁ ଧିରେ ଗାଡି ଚଳାଇବାକୁ ପରାମର୍ଶ ଦେବାରୁ ସେ ଗାଡି ଅଟକାଇ ତାଙ୍କୁ ଆକ୍ରମଣ କରୁଛନ୍ତି । ଘଟଣା ପରେ ଅଞ୍ଜନେୟୁଲୁଙ୍କ ତାଙ୍କ ପରିବାରଲୋକେ ହସ୍ପିଟାଲ ନେଇଥିଲେ କିନ୍ତୁ ଅନେକ ଚେଷ୍ଟା ପରେ ମଧ୍ୟ ସେ ବର୍ତ୍ତି ନଥିଲେ । ତେବେ ଅଭିଯୋଗ ପରେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି ।
Comments are closed.