www.samajalive.in
Saturday, December 6, 2025
14.1 C
Bhubaneswar

କାର୍ତ୍ତିକ ମାସରେ ବେଲଗାମ ପରିବା ଦର; ରୋଷେଇ ହେବ କେମିତି କହୁଛନ୍ତି ଖାଉଟି..

କଟକ : କାର୍ତ୍ତିକ ମାସ ଆରମ୍ଭରେ ଆକାଶ ଛୁଆଁ ହୋଇଛି ପରିବା ଦର। ମାସ ଆରମ୍ଭରୁ ବେଲଗାମ ପରିବା ଦର କନ୍ଦାଇବା ଆରମ୍ଭ କରିଥିବା ବେଳେ ଆଗକୁ ବାତ୍ୟା ଆଶଙ୍କା ଗ୍ରାହକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଛି।
କଞ୍ଚା ପନିପରିବା ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ବଢାଇ ଦେଇଛି। କାର୍ତିକ ମାସରେ ପରିବାର ଚାହିଦା ଅଧିକ ଥିବାରୁ ଛତ୍ର ବଜାର ରେ ପରିବା କିଣିବା ପାଇଁ ଭିଡ ଜମିଛି। କିଛି ଦିନ ତଳେ ପନିପରିବା ଦର ଯାହା ରହିଥିଲା ଏବେ ତାହା ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ଘରର ବଜେଟ୍‌କୁ ନିୟନ୍ତ୍ରଣ କରି କରି ଅଳ୍ପରେ ସବୁକିଛି ଚଳାଇବାକୁ ପଡୁଛି। ତେଣୁ ଏବେ ଘର ଚଳାଇବା କଷ୍ଟକର ହେଉଛି ବୋଲି କହିଛନ୍ତି ଖାଉଟି। ଆକାଶ ଛୁଆଁ ପରିବା ଦର ଖାଉଟିଙ୍କୁ କଲାଣି ଅସ୍ତବ୍ୟସ୍ତ। ଘରେ ଘରେ ଆମିଷ ରୋଷେଇ ବନ୍ଦ ପରେ ସବୁଜ ପନିପରିବାର ଉଚ୍ଚା ଦରକୁ ନେଇ ବର୍ତ୍ତମାନ ଚିନ୍ତାରେ ଗ୍ରାହକ। ରୋଷେଇ ହେବ କେମିତି ଖାଇବେ କଣ। ଏହି ପରିପ୍ରେକ୍ଷୀରେ ଗ୍ରାହକ ଯେଉଁଠି ଏକ କେଜି ପରିବା କିଣୁଥିଲେ ସେଠି ଅଧକିଲୋ କିମ୍ବା ତା’ଠାରୁ କମରେ ମଧ୍ୟ କିଣିବା ପାଇଁ ବାଧ୍ୟ ହେଉଛନ୍ତି।

ନଜର ପକାନ୍ତୁ ପରିବାର ଦର ଉପରେ..

- Advertisement -

ଆଳୁ- ଧଡ଼ା -୯୦

ପିଆଜ- ୫୦

ପୋଟଳ-୭୦

ଗାଜର- ୩୦

ବିଟ -୪୦

ବିନ -୧୬୦

ଫୁଲକୋବି ଗୋଟେ- ୫୦

ବନ୍ଧାକୋବି – ୫୦

ସାରୁ – ୬୦

ବାଇଗଣ – ୭୦

ଝୁଡୁଙ୍ଗ – ୭୦

ଜହ୍ନି – ୮୦

କଲରା – ୪୦

ବିଲାତି – ୮୦

ମାଟି ଆଳୁ- ୧୦୦

ଭଣ୍ଡା- ୨୫

ଭେଣ୍ଡି – ୭୦

କ୍ୟାପ୍ସିକମ – ୧୫୦

ଅନ୍ୟପଟେ କଞ୍ଚା ପନିପରିବା ପାଇଁ ସମ୍ପୂର୍ଣ୍ଣ ରୁପେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁ ଥିବାରୁ ସେଠାରେ ଅତ୍ୟଧିକ ବର୍ଷା ଓ ଖରା ଯୋଗୁଁ ପନିପରିବା ଫସଲ ନଷ୍ଟ ହୋଇ ଯାଇଥିବାରୁ ପରିବା ଚଢା ଦରରେ ବିକ୍ରି ହେବା ସ୍ଥିତି ଉପୁଜିଛି। ତେବେ ପରିବା ଦର ବଢିବାର ପ୍ରମୁଖ କାରଣ ହେଉଛି ସ୍ଥାନୀୟ ଚାଷୀଙ୍କର ଫସଲ ଏପର୍ଯ୍ୟନ୍ତ ଅମଳ ହୋଇନାହିଁ। ଆଉ କିଛି ଦିନ ପରେ ସ୍ଥାନୀୟ ଚାଷୀଙ୍କ ଫସଲ ଅମଳ ହେବା ପରେ ପରିବା ଦର ଖସିବ ଏବଂ ସ୍ଥିତି ଧିରେ ଧିରେ ସ୍ୱଭାବିକ ହେବ ବୋଲି ଛତ୍ର ବଜାର ବ୍ୟବସୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ କହିଛନ୍ତି।

ଦୀର୍ଘ ୫୦ ବର୍ଷ ପରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..

ଦେଖନ୍ତୁ ଭିଡିଓ; ଗୁପ୍‌ଚୁପ୍‌ ତିଆରି ପାଇଁ ଅଟାକୁ ଗୋଡରେ ଚକଟିଲେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories