ସମାଜ ଡିିଜିଟାଲ ଡେସ୍କ: ନୂଆ ପିସିସି ସଭାପତି ଚୟନ ନେଇ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ଚର୍ଚ୍ଚାରେ ରହିଛି। ଏନେଇ ପ୍ରତିକ୍ରିୟା ମୋକିମ ନିଜ ପ୍ରତିକ୍ରିୟା ରଖିଛନ୍ତି। ଖୁବଶୀଘ୍ର ଦିଲ୍ଲୀରୁ ଦୁଇଜଣ କଂଗ୍ରେସ ପ୍ରତିନିଧି ଓଡ଼ିଶା ଆସିବେ। ଏଠାରେ ତୃଣମୂଳ କର୍ମୀଙ୍କ ସହ ଆଲୋଚନା କରିବେ। ଆଲୋଚନା ନିର୍ଯ୍ୟାସକୁ ନେଇ ସେମାନେ ଦିଲ୍ଲୀ ଫେରିବେ। ଏହାପରେ ହାଇକମାଣ୍ଡ ପିସିସିଙ୍କ ନାଁ ଘୋଷଣା କରିବେ ବୋଲି କହିଛନ୍ତି ମହମ୍ମଦ ମୋକିମ। ସେ ଆହୁରି କହିଛନ୍ତି, ଦୀପାବଳି ପୂର୍ବରୁ ଘୋଷଣା ହୋଇପାରେ ନୂଆ ପିସିସି ସଭାପତିଙ୍କ ନାଁ। ରାଜ୍ୟରେ କଂଗ୍ରେସ ମଜଭୂତ ସ୍ଥିତିରେ ରହିଛି। କଂଗ୍ରେସ ଭବିଷ୍ୟତ ମଧ୍ୟ ଉଜ୍ବଳ ରହିଛି। କଂଗ୍ରେସ ଛାଡ଼ିଥିବା ବହୁ କଂଗ୍ରେସ ନେତା ଦଳକୁ ଫେରିବେ। ସେମାନେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। କିଛି ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ବିଧାୟକ ପାର୍ଥି, ବିଭିନ୍ନ ଦଳର ତୁଙ୍ଗ ନେତାମାନେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ଯେଉଁ ନେତାମାନେ ଅନ୍ୟ ଦଳରେ ଅବହେଳିତ ହୋଇଛନ୍ତି ସେମାନେ ମଧ୍ୟ କଂଗ୍ରେସରେ ମିଶିବେ ବୋଲି କହିଛନ୍ତି ମୋକିମ।
Popular Categories



