ଏହି ବାଇକକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ, ଆସିଲା ରିପୋର୍ଟ

ନୂଆଦିଲ୍ଲୀ : ସେପ୍ଟେମ୍ବର ୨୦୨୪ରେ ଦୁଇଚକିଆ ସେଗମେଣ୍ଟରେ ଘରୋଇ ବଜାରରେ ଦମଦାର ଚାହିଦା ଦେଖିବାକୁ ମିଳିଛି । ଦୁଇଚକିଆ ସେଗମେଣ୍ଟରେ ବିକ୍ରିରେ ବାର୍ଷିକ ଆଧାରରେ ୧୪.୫୨ ପ୍ରତିଶତ ଓ ମାସିକ ଆଧାରରେ ୧୭.୬୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ସମୁଦାୟ ବିକ୍ରି ଗତ ମାସରେ ୧୩,୭୭,୭୧୨ ୟୁନିଟ୍ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଏହା ସେପ୍ଟେମ୍ବର ୨୦୨୩ରେ ବିକ୍ରି ହୋଇଥିବା ୧୨,୦୩,୦୧୮ ୟୁନିଟ୍ ଓ ଅଗଷ୍ଟ ୨୦୨୪ରେ ବିକ୍ରି ହୋଇଥିବା ୧୧,୭୧,୪୨୪ ୟୁନିଟରୁ ଅଧିକ ରହିଛି । ସୁଜୁକି ଆକ୍ସେସ୍ ଓ ଟିଭିଏସ୍ ରେଡରକୁ ଛାଡି ଏହି ଟପ୍ ୧୦ ତାଲିକାରେ ସମସ୍ତ ମଡେଲରେ ବୃଦ୍ଧି ଦେଖିବାକୁ ମିଳିଛି । ସେପ୍ଟେମ୍ବର ୨୦୨୪ରେ ଦୁଇଚକିଆ ଗାଡି ବିକ୍ରିର ନେତୃତ୍ବ ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ନେଇଛି । ଏହା ଏକମାତ୍ର ମଡେଲ ଯାହା ୩ ଲକ୍ଷ ୟୁନିଟ ବିକ୍ରିର ଆକଳନ ପାର କରିଛି ।

ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ଏହି ତାଲିକାରେ ନମ୍ବର ଓ୍ବାନ୍ ସ୍ଥାନ ହାସଲ କରିଛି । ଗତ ମାସରେ ଏହାର ୩,୭୫,୮୮୬ ୟୁନିଟ୍ ବିକ୍ରି ହୋଇଥିଲା । ସେପ୍ଟେମ୍ବର ୨୦୨୩ ତୁଳନାରେ ଏହାର ୧୭.୫୮ ପ୍ରତିଶତ ବୃଦ୍ଧି ପାଇଛି । ନମ୍ବର ୨ରେ ରହିଛି ହୋଣ୍ଡା ଆକ୍ଟିଭା । ଗତ ମାସରେ ଏହା ୨,୬୨,୩୧୬ ୟୁନିଟ୍ ସହିତ ବାର୍ଷିକ ଆଧାରରେ ୧୧.୬୦ ପ୍ରତିଶତ ବୃଦ୍ଧି ପାଇଛି । ତୃତୀୟ ସ୍ଥାନରେ ହୋଣ୍ଡା ସାଇନ୍ ରହିଛି । ଚତୁର୍ଥ ସ୍ଥାନରେ ହିରୋ ଏଚଏଫ୍ ଡିଲକ୍ସ ଓ ୫ମ ସ୍ଥାନରେ ଟିଭିଏସ୍ ଜୁପିଟର ରହିଛି । ୬ଷ୍ଠ ସ୍ଥାନରେ ବଜାଜ ପଲସର ରହିଛି । ଗତ ମାସରେ ୧,୩୯,୧୮୨ ୟୁନିଟ୍ ପଲସର ବିକ୍ରି ହୋଇଛି ।

Comments are closed.