www.samajalive.in
Saturday, December 6, 2025
17.1 C
Bhubaneswar

ଆର୍ନ୍ତଜାତୀୟ ପ୍ରତିଯୋଗିତାରେ ରେଖା ଦେଙ୍କ ୨ଟି ସ୍ୱର୍ଣ୍ଣ ପଦକ ହାସଲ 

ସମ୍ବଲପୁର : ବିଗତ ୧୨ ଓ ୧୩ ଅକ୍ଟୋବରରେ ମାଲେସିଆ ଦେଶର କୁଆଲାଲମପୁର ଠାରେ ସ୍ଥିତ ବୁକିତ କଲିଲ ମିନି ଷ୍ଟାଡିୟମ ଠାରେ ୩୬ତମ ମାଲେସିଆନ ଆର୍ନ୍ତଜାତୀୟ ଓପନ ମାଷ୍ଟର୍ସ ଏଥେଲେଟିକ୍ସ ଚାମ୍ପିୟନସିପ ୨୦୨୪ ଅନୁଷ୍ଠିତ ହୋଇ ଯାଇଛି। ମାଲେସିଆ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ସମ୍ବଲପୁରର ମାଷ୍ଟର ମହିଳା କ୍ରୀଡାବିତ ରେଖା ଦେ ୪୫ ବର୍ଷ ବର୍ଗର ମହିଳା ବର୍ଗରେ ଭାଗ ନେଇ ୧୦୦ ମିଟର ଦୌଡ ଓ ଲମ୍ବଡିଆଁରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଦୀର୍ଘ ୫୦ ବର୍ଷ ପରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..

- Advertisement -

ଏଥି ସହ ଟ୍ରିପଲ ଜମ୍ପରେ ବ୍ରୋଞ୍ଜ ପଦକ ହାସଲ କରି ଦେଶ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏହି ପ୍ରତିଯୋଗିତାରେ ୧୮ଟି ଦେଶର ୯ ଶହରୁ ଉର୍ଦ୍ଧ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ରେଖା ଦେଙ୍କୁ ଏହି ସଫଳତା ପାଇଁ ଆର୍ନ୍ତଜାତୀୟ ମାଷ୍ଟର କ୍ରୀଡାବିତ ସୁନ୍ଦରମଣି ବାରିକ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଛନ୍ତି । ରେଖାଙ୍କୁ ଶ୍ରୀ ବାରିକ ଆର୍ନ୍ତଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥିବାରୁ ଅନେକ ଜାତୀୟ ଓ ଆର୍ନ୍ତଜାତୀୟ ମାଷ୍ଟର କ୍ରୀଡାରେ ଭାଗ ନେଇ ଅନେକ ପଦକ ହାସଲ କରିଛନ୍ତି। ଆଗାମୀ ଦିନରେ ବିଶ୍ୱ ମାଷ୍ଟର କ୍ରିଡାରେ ରେଖା ଦେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ବୋଲି ମାଷ୍ଟର କ୍ରୀଡାବିତ ଶ୍ରୀ ବାରିକ କହିଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories