www.samajalive.in
Friday, December 5, 2025
16.1 C
Bhubaneswar

ଆର୍ନ୍ତଜାତୀୟ ପ୍ରତିଯୋଗିତାରେ ରେଖା ଦେଙ୍କ ୨ଟି ସ୍ୱର୍ଣ୍ଣ ପଦକ ହାସଲ 

ସମ୍ବଲପୁର : ବିଗତ ୧୨ ଓ ୧୩ ଅକ୍ଟୋବରରେ ମାଲେସିଆ ଦେଶର କୁଆଲାଲମପୁର ଠାରେ ସ୍ଥିତ ବୁକିତ କଲିଲ ମିନି ଷ୍ଟାଡିୟମ ଠାରେ ୩୬ତମ ମାଲେସିଆନ ଆର୍ନ୍ତଜାତୀୟ ଓପନ ମାଷ୍ଟର୍ସ ଏଥେଲେଟିକ୍ସ ଚାମ୍ପିୟନସିପ ୨୦୨୪ ଅନୁଷ୍ଠିତ ହୋଇ ଯାଇଛି। ମାଲେସିଆ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ସମ୍ବଲପୁରର ମାଷ୍ଟର ମହିଳା କ୍ରୀଡାବିତ ରେଖା ଦେ ୪୫ ବର୍ଷ ବର୍ଗର ମହିଳା ବର୍ଗରେ ଭାଗ ନେଇ ୧୦୦ ମିଟର ଦୌଡ ଓ ଲମ୍ବଡିଆଁରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଦୀର୍ଘ ୫୦ ବର୍ଷ ପରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..

- Advertisement -

ଏଥି ସହ ଟ୍ରିପଲ ଜମ୍ପରେ ବ୍ରୋଞ୍ଜ ପଦକ ହାସଲ କରି ଦେଶ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏହି ପ୍ରତିଯୋଗିତାରେ ୧୮ଟି ଦେଶର ୯ ଶହରୁ ଉର୍ଦ୍ଧ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ରେଖା ଦେଙ୍କୁ ଏହି ସଫଳତା ପାଇଁ ଆର୍ନ୍ତଜାତୀୟ ମାଷ୍ଟର କ୍ରୀଡାବିତ ସୁନ୍ଦରମଣି ବାରିକ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଛନ୍ତି । ରେଖାଙ୍କୁ ଶ୍ରୀ ବାରିକ ଆର୍ନ୍ତଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥିବାରୁ ଅନେକ ଜାତୀୟ ଓ ଆର୍ନ୍ତଜାତୀୟ ମାଷ୍ଟର କ୍ରୀଡାରେ ଭାଗ ନେଇ ଅନେକ ପଦକ ହାସଲ କରିଛନ୍ତି। ଆଗାମୀ ଦିନରେ ବିଶ୍ୱ ମାଷ୍ଟର କ୍ରିଡାରେ ରେଖା ଦେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ବୋଲି ମାଷ୍ଟର କ୍ରୀଡାବିତ ଶ୍ରୀ ବାରିକ କହିଛନ୍ତି ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories