www.samajalive.in
Sunday, December 7, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; କଟକରେ ଭୁଶୁଡିଲା ଖାନ୍‌ନଗର ଦଶହରାରେ ନିର୍ମିତ ତୋରଣ

କଟକ : କଟକରେ ଭୁଶୁଡିଲା ଖାନ୍‌ନଗର ଦଶହରାରେ ନିର୍ମିତ ତୋରଣ । ନେତାଜୀ ବସ୍‌ ଟର୍ମିନାଲ ନିକଟରେ ଭୁଶୁଡିଲା ସୁଉଚ୍ଚ ତୋଣଣ ।ଏହା ତଳେ ଗୋଟିଏ କାର୍‌ ଓ ୩ଟି ବାଇକ୍‌ ଚାପି ହୋଇ ରହିଥିବା ନେଇ ସୂଚନା ମିଳିଛି । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଟକର ସର୍ବ ଉଚ୍ଚତା ବିଶିଷ୍ଟ ତୋରଣ ହେଉଛି ଖାନନଗର ପୂଜା ମଣ୍ଡପ ତୋରଣ।

ସୂଚନାନୁଯାୟୀ, ଦୁର୍ଗା ପୂଜା ପାଇଁ ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟିର ନେତାଜୀ ବସ ଟର୍ମିନାଲ ସମ୍ମୁଖରେ ହୋଇଥିବା ଲାଇଟଗେଟ ତୋରଣ ହଠାତ ଆଜି ଭୁଶୁଡିପଡିଥିଲା । ତୋରଣ ତଳେ ବହୁ ଯାନବାହାନ ଚାପି ହୋଇ ରହିଛି । ଏଥିରେ ଅନେକ କ୍ଷତି ଘଟିଛି। କେଉଁ କାରଣ ଯୋଗୁ ଏଭଳି ଅଘଟଣ ଘଟିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ତୋରଣ ତଳେ ଚାପି ହୋଇ ରହିଥିବା ଗାଡି ଗୁଡିକୁ ସ୍ଥାନୀୟଲୋକେ ବାହାର କରିଛନ୍ତି। ଅନ୍ୟପଟେ ତୋରଣ ଯୋଗୁ ରାସ୍ତା ଜାମ୍‌ ହୋଇ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଦୁଇଟି କ୍ରେନ ସାହାର‌୍ୟ୍ୟରେ ତୋରଣକୁ ହଟାଯାଇ ଚପିଥିବା ଗାଡିକୁ କଢ଼ାଯାଇଛି । କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ରହିଛି। ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ କହିଛନ୍ତି, କୌଣସି ଏକ ଭାରି ଯାନ ତୋରଣକୁ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି ।

କାର୍ତ୍ତିକ ମାସରେ ବେଲଗାମ ପରିବା ଦର; ରୋଷେଇ ହେବ କେମିତି କହୁଛନ୍ତି ଖାଉଟି..

- Advertisement -

ଦୀର୍ଘ ୫୦ ବର୍ଷ ପରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories