www.samajalive.in
Saturday, December 6, 2025
23.1 C
Bhubaneswar

ଵିଦ୍ୟାଧରପୁରରେ ମା’ ସାନ କାଳୀ, ମା’ ବଡ କାଳୀ ପୂଜା..

କଟକ: ବିଦ୍ୟାଧରପୁରରେ ପ୍ରସିଦ୍ଧ କାଳୀପୂଜା ପାଳନ କରାଯାଇଛି । ଏହା ସମ୍ପର୍କରେ ମାଦଳା ପାଞ୍ଜିରେ ମଧ୍ୟ ବର୍ଣ୍ଣନା କରାଯାଇଛି ।୧୫୦୦ ମସିହାରେ ଶ୍ରୀ ଚୈତନ୍ୟଙ୍କ ଓଡ଼ିଶା ଆଗମନ ସମୟରେ ତାଙ୍କ ସହିତ ବିଶ୍ଵେଶ୍ଵର ଚାଟାର୍ଜୀ ଓ କିଛି ବଙ୍ଗୀୟ ପରିବାର ଆସି ବିଦ୍ୟାଧରପୁରରେ ରହି ଯାଇଥିଲେ। ସେମାନେ ସାଙ୍ଗରେ କାଳୀ ଠାକୁରାଣୀଙ୍କ ମୂର୍ତ୍ତି, ପିତ୍ତଳ ଘଟ ଓ ଖଣ୍ଡା ନେଇ ଆସି ଥିଲେ। ସେତେବେଳେ ବିଦ୍ୟାଧରପୁରର ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଏହାକୁ ସଫାକରି ଚାଟାର୍ଜୀ ପରିବାର ଚାଳିଆ କରି ରହିଥିଲେ। ସାଙ୍ଗରେ ଆଣିଥିବା କାଳୀମୂର୍ତ୍ତି ବଙ୍ଗୀୟ ରୀତିନୀତିରେ ପୂଜା ଜାରି ରଖିଥିଲେ। ମା’ଙ୍କ ପାଖରେ ସବୁଦିନ ଅନ୍ନପ୍ରସାଦ ଭୋଗ କରାଯାଉଥିଲା ବେଳେ କାଳୀପୂଜାରେ ସ୍ବତନ୍ତ୍ର ରୀତିନୀତିରେ ପୂଜା କରାଯାଏ।

ଏହାପରେ ବିଦ୍ୟାଧରପୁର ଗ୍ରାମବାସୀଙ୍କ ସହାୟତାରେ ବିଶ୍ଵେଶ୍ଵର ଚାଟାର୍ଜୀ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଗଢ଼ି ପୂଜା କଲେ। ଏହା ସାର୍ବଜନୀନ ହେଲା। ୧୮୦୦ ଖ୍ରୀଷ୍ଟାବ୍ଦରେ ବିଶ୍ଵେଶ୍ଵର ଚାଟାର୍ଜୀ ପରିବାରରେ ମତଭେଦ ଘଟି ଅଲଗା ହେବାପରେ ମା’ ସାନକାଳୀଙ୍କ ପୂଜା ଆରମ୍ଭ ହୋଇଥିଲା ବୋଲି ପୂଜକ ଦେବାଶିଷ ଚକ୍ରବର୍ତ୍ତୀ କହିଛନ୍ତି। ମା’ ବଡ଼କାଳୀ, ସାନକାଳୀ ୪ଦିନ ପୂଜା ପାଇବା ପରେ ବିସର୍ଜନ ହୁଅନ୍ତି। ଭକ୍ତଙ୍କ ଅତୁଟ ବିଶ୍ୱାସ ରହିଛି କି ମା’ ଙ୍କ ପାଖରେ ଯାହା ମାନସିକ କରାଯାଏ ତାହା ମା’ ପୂର୍ଣ୍ଣ କରନ୍ତି। ମା’ ଯେଉଁ ଦିନ ବିସର୍ଜନ ହେବା ପାଇଁ ଯାଆନ୍ତି ସେହି ଦିନ ମା’ ଙ୍କୁ ଭକ୍ତ ମାନେ କନ୍ଧେଇ ନେଇ ସହର ପରିକ୍ରମା କରିବା ପରେ ସମସ୍ତ ରୀତିନୀତି ସହ ବିସର୍ଜନ କରନ୍ତି।

୨୦୨୫ରେ ଶନି-ଗୁରୁଙ୍କ ଚଳନ; ଏହି ରାଶିଙ୍କ ହେବ ସବୁ ସ୍ୱପ୍ନ ପୂରଣ, ହେବେ ଭାଗ୍ୟଶାଳୀ..

- Advertisement -

ଦେଖନ୍ତୁ ଭିଡିଓ; ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିରରେ ଚରଣ ଅମୃତ ଭାବି ଏସି ପାଣି ପିଇଲେ ଶ୍ରଦ୍ଧାଳୁ..

 

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories