୬୦ ଟଙ୍କାର ଚିକେନ୍‌.. ହତ୍ୟାକାରୀ ନିକଟରେ ପୁଲିସକୁ ପହଞ୍ଚାଇଲା ମାଛି, ଜାଣନ୍ତୁ କେମିତି ଖୋଲିଲା ହତ୍ୟା ରହସ୍ୟ..

ନୂଆଦିଲ୍ଲୀ : ମାଛିକୁ ଅନେକ ରୋଗ ସୃଷ୍ଟିର କାରଣ ବୋଲି କୁହାଯାଏ । ଅସନା ଅପରିଷ୍କାର ସ୍ଥାନରେ ହିଁ ଏମାନେ ଦେଖାଯାଆନ୍ତି । ମାତ୍ର ମଧ୍ୟପ୍ରଦେଶର ଜବଲପୁରରେ ମାଛି ସାହାଯ୍ୟରେ ପୁଲିସ ଏକ ହତ୍ୟାକାଣ୍ଡର ରହସ୍ୟରୁ ପର୍ଦ୍ଦାଫାଶ କରିଛି । ଘଟଣା ମଧ୍ୟପ୍ରଦେଶର ଜବଲପୁରର ଚରଗାଓଁ । ୩୦ ଅକ୍ଟୋବର ରାତିରେ କ୍ଷେତରେ ମନୋଜ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା । ପୁଲିସ ହତ୍ୟାକାଣ୍ଡର କାରଣ ଖୋଜିବା ସହ ଘଟଣାର ତଦନ୍ତ ଜାରି ରଖିଥିଲା । ମାତ୍ର ଅଭିଯୁକ୍ତ ବିଷୟରେ ଜଣାପଡିନଥିଲା ।

ହତ୍ୟାକାଣ୍ଡ ଘଟିଥିବା ସନ୍ଧ୍ୟାରେ ମନୋଜ ନିଜ ପୁତୁରା ୧୯ ବର୍ଷୀୟ ଧରମ ସିଂହ ସହ ଦେଖାଯାଇଥିଲା । ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଉଭୟ ନିଶା ସେବନ କରିଥିଲେ । ୩୦ ଅକ୍ଟୋବର ସନ୍ଧ୍ୟାରେ ପ୍ରାୟ ୩୪୦ ଟଙ୍କାର ନିଶାଦ୍ରବ୍ୟ ଓ ୬୦ ଟଙ୍କାର ଚିକେନ୍‌ କିଣିଥିଲେ । କ୍ଷେତରେ ବସି ଏହାର ସେବନ କରିଥିଲେ । ଏହି ସମୟରେ ମନୋଜ ଧରମ ଠାରୁ ଟଙ୍କା ମାଗିଥିଲେ । କାରଣ ସେ ୪୦୦ ଟଙ୍କା ଖର୍ଚ୍ଚ କରିଥିଲେ । ଏହି କଥାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ପୁତୁରା ନିଜ ଦାଦାକୁ ହତ୍ୟା କରିଥିଲା । ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା ।

ମନ୍ଦିରରେ ଭୁଲ୍‌ ମାଗ, ୫ କୋଟି ଦିଅ,ନହେଲେ ଜୀବନରୁ ମାରି ଦେବୁ, ପୁଣି ଥରେ ସଲମାନ୍‌ଙ୍କୁ ହତ୍ୟା ଧମକ..

ମାତ୍ର ଯାଞ୍ଚ ସମୟରେ ପୁଲିସ ଦେଖିଥିଲା ଧରମ ସାର୍ଟ ଉପରେ ବାରମ୍ବାର ମାଛି ବସୁଥିଲା । ବିଶେଷ କରି କାନ୍ଧ ପାଖରେ । ପୁଲିସ ଏହାକୁ ସନ୍ଦେହ କରି ଧରମକୁ ପଚରାଉଚରା କରିଥିଲା । ମାତ୍ର ଧରମ କୌଣସି ଉତ୍ତମ ଦେଇପାରିନଥିଲା । ପୁଲିସ ସନ୍ଦେହ କରି ସାର୍ଟଟିକୁ ଫୋରେନସିକ୍‌ ଯାଞ୍ଚ ପାଇଁ ପଠାଇଥିଲା । ସାର୍ଟ ଓ ଘଟଣାସ୍ଥଳରେ ଲାଗିଥିବା ରକ୍ତ ସମାନ ଥିଲା ବୋଲି ରିପୋର୍ଟରେ ଜଣାପଡିଥିଲା । ଏହାକୁ ଭିତ୍ତି କରି ପୁଲିସ ଧରମକୁ ଗିରଫ କରି ତଦନ୍ତ ଜାରି ରଖିଛି ।

୨୦୨୫ରେ ଶନି-ଗୁରୁଙ୍କ ଚଳନ; ଏହି ରାଶିଙ୍କ ହେବ ସବୁ ସ୍ୱପ୍ନ ପୂରଣ, ହେବେ ଭାଗ୍ୟଶାଳୀ..

Comments are closed.