www.samajalive.in
Friday, December 5, 2025
26.1 C
Bhubaneswar

ମନ୍ଦିରରେ ଭୁଲ୍‌ ମାଗ, ୫ କୋଟି ଦିଅ,ନହେଲେ ଜୀବନରୁ ମାରି ଦେବୁ, ପୁଣି ଥରେ ସଲମାନ୍‌ଙ୍କୁ ହତ୍ୟା ଧମକ..

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ନାଁରେ ପୁଣି ସଲମାନ୍‌ଙ୍କୁ ଜୀବନରୁ ମାରିଦେବାକୁ ମୁମ୍ବାଇ ଟ୍ରାଫିକ୍‌ ପୁଲିସ୍‌କୁ ପୁଣି ଥରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ପଠା ଯାଇଛି । ଏହି ଧମକପୂର୍ଣ୍ଣ ବାର୍ତ୍ତାରେ ସଲମାନ୍‌ଙ୍କୁ ମନ୍ଦିରକୁ ଯାଇ କ୍ଷମା ମାଗିବା ସହ ୫ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ମୁମ୍ବାଇ ପୁଲିସକୁ ସଲମାନ୍‌ଙ୍କ ପାଇଁ ଲରେନ୍ସ ବିଷ୍ଣୋଇ ନାମରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି । ଧମକପୂର୍ଣ୍ଣ ବାର୍ତ୍ତାରେ ସଲମାନ୍‌ଙ୍କ ପାଇଁ ୨ଟି ବିକଳ୍ପ ଦିଆଯାଇଛି । ଜୀବନ ବଞ୍ଚାଇବାକୁ ଭୁଲ୍‌ ମାଗ ନହେଲେ ୫ କୋଟି ଟଙ୍କା ଦିଅ । ଏହା ସଲମାନ୍‌ଙ୍କୁ ଗୋଟିଏ ସପ୍ତାହରେ ମିଳିଥିବା ୨ୟ ଧମକପୂର୍ଣ୍ଣ ବାର୍ତ୍ତା ।

୨୦୨୫ରେ ଶନି-ଗୁରୁଙ୍କ ଚଳନ; ଏହି ରାଶିଙ୍କ ହେବ ସବୁ ସ୍ୱପ୍ନ ପୂରଣ, ହେବେ ଭାଗ୍ୟଶାଳୀ..

- Advertisement -

ମୁମ୍ବାଇ ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ମୁମ୍ବାଇ ପୁଲିସ ଟ୍ରାଫିକ୍‌ କଣ୍ଟ୍ରୋଲ ରୁମ୍‌କୁ ଗତକାଲି ବିଳମ୍ବିତ ରାତିରେ ହ୍ୱାଟ୍ସଆପ୍‌ରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନାମରୁ ଏହି ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା । ଏହି ବାର୍ତ୍ତାରେ ଆହୁରି ମଧ୍ୟ ଦାବି ହୋଇଛି ସେ ଲରେନ୍ସ ବିଷ୍ଣୋଇର ଭାଇ ବୋଲି । ଏଥିରେ କୁହାଯାଇଛି, ଯଦି ସଲମାନ୍‌ ବଞ୍ଚିବାକୁ ଚାହୁଁଛନ୍ତି ମନ୍ଦିର ଯାଇ କ୍ଷମା ମାଗନ୍ତୁ ନହେଲେ ୫ କୋଟି ଟଙ୍କା ଦିଅନ୍ତୁ । ନହେଲେ ତାଙ୍କୁ ହତ୍ୟା କରାଯିବ । ଏବେ ମଧ୍ୟ ଆମ ଗ୍ୟାଙ୍ଗ ସକ୍ରିୟ ରହିଛି ବୋଲି ବାର୍ତ୍ତାରେ କୁହାଯାଇଛି ।

ବାର୍ତ୍ତା ପାଇବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଏହା ପୂର୍ବରୁ ଗତ ସପ୍ତାହରେ ୩୦ ଅକ୍ଟୋବରରେ ମୁମ୍ବାଇ ଟ୍ରାଫିକ୍‌ କଣ୍ଟ୍ରୋଲକୁ ସଲମାନ୍‌ ଖାନ୍‌ଙ୍କ ପାଇଁ ଏଭଳି ଧମକପୂର୍ଣ୍ଣ ମେସେଜ ମିଳିଥିଲା । ସେହି ସମୟରେ ୨ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ଧମକ ଦେଇଥିଲେ । ଏହାପରେ ମୁମ୍ବାଇ ପୁଲିସ ଜଣେ ଅଜଣା ଯୁବକଙ୍କୁ ଗିରଫ କରି ତଦନ୍ତ କରିଥିଲା ।

ଦେଖନ୍ତୁ ଭିଡିଓ; ଜଙ୍ଗଲରୁ ହଠାତ୍‌ ଖେଳପଡିଆକୁ ଆସିଲା ହାତୀ, ତା’ପରେ ପିଲାଙ୍କ ସହ..

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories