ସୁନ୍ଦରଗଡ଼ରେ ସରକାରୀସ୍କୁଲ ଓ ଅଙ୍ଗନବାଡ଼ିର ଭିତ୍ତିଭୂମି ବଢାଇଲା ବେଦାନ୍ତ
ଭୁବନେଶ୍ୱର : ଗୁଣାତ୍ମକ ଶିକ୍ଷାର ବ୍ୟାପକ ଉପଲବ୍ଧତା ଏବଂ ଯୁବପିଢ଼ିଙ୍କୁ ସଶକ୍ତ ସହିତ ଗୋଷ୍ଠୀ ବିକାଶ ଦିଗରେ ପ୍ରତିଶ୍ରୁତିବଦ୍ଧତାର ପରିଚୟ ଦେଇ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ର ଜାମକାନି କୋଇଲାଖଣି ଅଞ୍ଚଳରେ ଥିବା ୧୪ଟି ସରକାରୀ ବିଦ୍ୟାଳୟ ଓ ୭ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଅତ୍ୟାବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇଛି ।
ଏହି ଅଞ୍ଚଳର ୭୫୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବା ସହ ମୁଣ୍ଡେଲଖେତ, କୋଡାଜାଲଙ୍ଗା, ଭୋଗ୍ରାକାଚାର, ଘୋଘରପଲ୍ଲୀ, ଜାମକାନି ଓ ଗିରିସ୍ମା ଗ୍ରାମର ସରକାରୀ ବିଦ୍ୟାଳୟଗୁଡ଼ିକୁ ଡେସ୍କ ଓ ବେଞ୍ଚ, ଚେୟାର, ଟେବୁଲ, ରାକ୍ ଓ ଆଲମିରା ପ୍ରଦାନ କରାଯାଇଛି । ୧୪ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବ୍ଲକଶିକ୍ଷକ ସଂଘରସଭାପତି ଓ ଗୋଷ୍ଠି ସଦସ୍ୟଙ୍କ ଉପସ୍ଥିତିରେ ଆୟୋଜିତ ଉତ୍ସବରେ କମ୍ପାନି ପକ୍ଷରୁଏହି ସହଯୋଗ ପ୍ରଦାନ କରାଯାଇଥିଲା ।
ବେଦାନ୍ତ କମ୍ପାନିର ଏଭଳି ପଦକ୍ଷେପ ସମ୍ପର୍କରେ ଭୋଗରକାଛର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭବାନୀଶଙ୍କର ପ୍ରଧାନ କହିଛନ୍ତି ଯେ ବେଦାନ୍ତର ଉଦାର ସହଯୋଗ ପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ । ଏହା ଅନୁକୂଳ ଶିକ୍ଷଣ ବାତାବରଣ ସୃଷ୍ଟି କରିଛି । ବ୍ଲକ ଶିକ୍ଷକ ସଂଘ ସଭାପତି ରାମଲାଲ ପଟେଲ କହିଛନ୍ତି ଯେ ଉନ୍ନତ ବିଦ୍ୟାଳୟ ଭିତ୍ତିଭୂମି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଉପକୃତ କରିଛି ଏବଂ ସେମାନଙ୍କ ପାଠପଢ଼ା ଉପରେ ଅଧିକ ଧ୍ୟାନ ଦେବାରେ ସହାୟକ ହେଉଛି । ଏଥିରୁ ଶିକ୍ଷାକ୍ଷେତ୍ର ପ୍ରତି ବେଦାନ୍ତର ସମର୍ପଣ ମନୋଭାବର ପ୍ରମାଣ ମିଳୁଛି ।
ସୂଚନାଯୋଗ୍ୟ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀଜୀବିକା, ଗ୍ରାମୀଣଭିତ୍ତିଭୂମି ତଥା ତୃଣମୂଳସ୍ତରରକ୍ରୀଡ଼ା ଓ ସଂସ୍କୃତିକ୍ଷେତ୍ରରେ ରଣନୈତିକ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶ ପାଇଁ ବେଦାନ୍ତ ପ୍ରତିଶ୍ରୁତିବଦ୍ଧ ହୋଇଥିବାରୁ ଓଡ଼ିଶାର ଯୁବବର୍ଗଙ୍କ ଭବିଷ୍ୟତରେ ପୁଞ୍ଜି ନିବେଶ କରି ଅଧିକ ସୁଯୋଗ, ଅଭିବୃଦ୍ଧି ଓ ବିକାଶ ପାଇଁ ରାସ୍ତା ପ୍ରଶସ୍ତ କରୁଛିା ଗ୍ରାମୀଣ ଓଡ଼ିଶାରେ ମାଗଣାସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ପାଇଁ କମ୍ପାନୀ ଏହାର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ସହିତ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥାଏ ।
ଏହି ପ୍ରୟାସ ଗୁଡିକ ଏହାର ପରିଚାଳନା କ୍ଷେତ୍ର ମଧ୍ୟରେ ଏବଂ ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ସୂଚାଇଥାଏ । ସ୍ଥାନୀୟ କର୍ତ୍ତୃପକ୍ଷ, କଲ୍ୟାଣକାରୀ ସଂଗଠନ ଏବଂ ଗୋଷ୍ଠି ସଦସ୍ୟଙ୍କ ସହ ଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଦିଗରେ ସକ୍ରିୟ ଭାବେ ଯୋଗଦାନ କରୁଛି ।
୨୦୨୫ରେ ଶନି-ଗୁରୁଙ୍କ ଚଳନ; ଏହି ରାଶିଙ୍କ ହେବ ସବୁ ସ୍ୱପ୍ନ ପୂରଣ, ହେବେ ଭାଗ୍ୟଶାଳୀ..
Comments are closed.