www.samajalive.in
Friday, December 5, 2025
26.1 C
Bhubaneswar

ମହାନତାର ପରିଚୟ ଦେଲେ ଡାକ୍ତର ରାମଚନ୍ଦାନୀ, ଜନ୍ମଦିନରେ ୩ ଗରିବ ଶିଶୁଙ୍କୁ ଦେଲେ ୫୦ ହଜାର ଟଙ୍କାର ସହାୟତା

ବୁର୍ଲା: ପୁଣି ମହାନତାର ପରିଚୟ ଦେଲେ ଡା. ଶଙ୍କର ରାମଚନ୍ଦାନୀ। ଜନ୍ମଦିନ ଅବସରରେ ସେ ୩ ଜଣ ଅସହାୟ ଏବଂ ଗରିବ ପରିବାରର ଶିଶୁଙ୍କୁ ସେମାନଙ୍କ ପାଠପଢା ସହିତ ଉଜ୍ଜ୍ବଳ ଭବିଷ୍ୟତ କାମନା କରି ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଶିଶୁମାନେ ସମସ୍ତେ ବରଗଡ ଜିଲ୍ଲାର ବୋଲି ସୂଚନା ମିଳିଛି। ଏଚଆଇଭି ସଂକ୍ରମିତ ହୋଇ ମା’ବାପା ଜୀବନ ହାରିଥିବା ଥିବା ବେଳେ ଦୁଇ ଭାଇ ଭଉଣୀ ମଧ୍ୟ ଏଚ୍ଆଇଭି ଆକ୍ରାନ୍ତ। ତେବେ ଏହି ଭାଇ ଭାଉଣୀଙ୍କୁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ବେଳେ ଅନ୍ୟ ଏକ ପରିବାରର ଆଉ ଏକ ଏଚ୍ଆଇଭି ସଂକ୍ରମିତ ପିତାମାତାଙ୍କ ଠାରୁ ସଂକ୍ରମିତ ଶିଶୁଙ୍କୁ ମଧ୍ୟ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ନିଜ ସ୍ୱର୍ଗତ ମା’ ଲାଜବର୍ତ୍ତି ରାମଚନ୍ଦାନୀଙ୍କ ସ୍ମୃତି ଉଦେଶ୍ୟରେ ଡାକ୍ତର ଏହି ସହାୟତା ପ୍ରଦାନ କରିଛନ୍ତି। ସୂଚନାଥାଉ କି ଡା. ରାମଚନ୍ଦାନୀ ପୂର୍ବରୁ ମଧ୍ୟ ଏଭଳି ଅନେକ ଆସହାୟଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ ଏହି ସହଯୋଗ ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories