www.samajalive.in
Sunday, November 16, 2025
15.1 C
Bhubaneswar

ଆସୁଛି ‘୧୨୦ ବାହାଦୂର’: ପ୍ରଥମ ଲୁକ୍ ବଢାଇଲା ଉତ୍ସାହ

ମୁମ୍ବଇ: ବଲିଉଡ଼ ଅଭିନେତା ଫରହାନ ଅଖ୍‌ତରଙ୍କ ଆଗାମୀ ଚଳଚ୍ଚିତ୍ର ‘୧୨୦ ବାହାଦୂର’ର ପୋଷ୍ଟର ରିଲିଜ୍‌ ହୋଇଛି। ରେଜାଙ୍ଗ ଲା’ ଯୁଦ୍ଧର ୬୨ବର୍ଷ ପୂର୍ତ୍ତି ଅବସରରେ ଅଭିନେତା ପୋଷ୍ଟର ଶେୟାର କରି ୧୨୦ ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଶେୟାର କରି ଅଭିନେତା କ୍ୟାପ୍ସନରେ ଲେଖିଛନ୍ତି, ‘‘୧୯୬୨ ମସିହାରୁ ଏପର୍ଯ୍ୟନ୍ତ ୬୨ ବର୍ଷ ବିତିଗଲାଣି। ଆଜି ଆମେ ରେଜାଙ୍ଗ ଲା’ର ବୀରମାନଙ୍କ ଅଦମ୍ୟ ସାହସ ଏବଂ ବଳିଦାନକୁ ସମ୍ମାନ ଜଣାଉଛୁ। ‘୧୨୦ ବାହାଦୂର’ ହେଉଛି ମେଜର ଶୈତାନ ସିଂହ ଏବଂ ତାଙ୍କ ଯବାନମାନଙ୍କ ବୀରପଣ ଏବଂ ଅଦମ୍ୟ ସାହସ ​​ପ୍ରତି ଆମର ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଅନେକ ବାଧାବିଘ୍ନ ସତ୍ବେ ନିଜ ମାଟିରେ ଅଟଳ ରହିଥିଲେ। ତାଙ୍କ କାହାଣୀ ସମୟ ସହିତ ଗୁଞ୍ଜରିତ ହୁଏ ଏବଂ ଆମକୁ ସ୍ୱାଧୀନତାର ମୂଲ୍ୟ ଏବଂ ଏକତାର ଶକ୍ତି ବିଷୟରେ ମନେ ପକାଇଥାଏ।’’ ଅଭିନେତା ଅହିର ସମ୍ପ୍ରଦାୟ ବିଷୟରେ ସୂଚନା ଦେଇ ଆହୁରି ଲେଖିଛନ୍ତି, ଅହିର ସମ୍ପ୍ରଦାୟକୁ ବିଶେଷ ସଲାମ୍‌, ଯାହାର ପୁଅମାନେ ଆମ ଦେଶର ସୁରକ୍ଷାରେ ଅଦମ୍ୟ ସାହସିକତା ପ୍ରଦର୍ଶନ କରିଥିଲେ।’’


୧୯୬୨ର ଭାରତ-ଚୀନ୍ ଯୁଦ୍ଧର ଏହି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୧୨୦ ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଫରହାନ୍‌ ଅଖ୍‌ତର। ଏଥିସହ ଫିଲ୍ମର ଏକ ପୋଷ୍ଟର ଶେୟାର କରିଛନ୍ତି, ଯେଉଁଥିରେ ସେ ସେନା ପୋଷାକ ପିନ୍ଧି ବନ୍ଧୁକ ଧରିଛନ୍ତି ଏବଂ ତାଙ୍କ ମୁହଁରେ ରକ୍ତ ଲାଗିଛି। ପୋଷ୍ଟରରେ ଲେଖାହୋଇଛି, ‘‘ସେମାନେ ୩ ହଜାର ଥିଲେ, ଆଉ ଆମେ ? ପୋଷ୍ଟର ମାଧ୍ୟମରେ ଅଭିନେତା ସୂଚନା ଦେଇଛନ୍ତି ଯେ, ୨୦୨୫ରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ।

- Advertisement -

ସୂଚନାଯୋଗ୍ୟ, ୧୯୬୨ ମସିହା ନଭେମ୍ବର ୧୮ ତାରିଖରେ ଲଦାଖର ବରଫ ପାହାଡ଼ ଉପରେ ଚାର୍ଲି କମ୍ପାନୀର ୧୨୦ ସୈନିକ ୩୦୦୦ରୁ ଅଧିକ ଚୀନ୍‌ ସୈନିକଙ୍କୁ ସାମ୍ନା କରିଥିଲେ। ଦେଶର ବୀରମାନେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସାହସର ସହିତ ଠିଆ ହୋଇ ଦେଶକୁ ସୁରକ୍ଷା ଦେଇଥିଲେ। ଏହି କାହାଣୀ ଉପରେ ଆଧାରିତ ‘୧୨୦ ବାହାଦୂର’ ଚଳଚ୍ଚିତ୍ର। ଏଥିରେ ଫରହାନ୍‌ ଅଖ୍‌ତର ମେଜର ଶୈତାନ ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି। ପୋଷ୍ଟର ଦେଖିବାପରେ ପ୍ରଶଂସକମାନେ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ହୋଇ ପଡ଼ିଥିବା କମେଣ୍ଟ ଜରିଆରେ ଜଣାଇଛନ୍ତି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories