www.samajalive.in
Sunday, December 7, 2025
13.1 C
Bhubaneswar

ଭଣଜା ବିବାହକୁ ଯାଉଥିଲେ; ଗୁଗଲ୍‌ ମ୍ୟାପ୍‌ ଦେଖାଇଲା ଭୁଲ୍‌ ବାଟ, ନଦୀକୁ କାର୍‌ ଖସି ୩ ମୃତ..

ନୂଆଦିଲ୍ଲୀ : ସାଧାରଣତଃ ଲୋକେ ଯାତ୍ରା କରିବା ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଗୁଗଲ୍‌ ମ୍ୟାପ୍‌ର ସାହାଯ୍ୟ ନେଇଥାଆନ୍ତି । ତେବେ ଏହା ମଧ୍ୟ ଶୁଣିଥିବେ, ଗୁଗଲ୍‌ ମ୍ୟାପ୍‌ କିମ୍ବା ଜିପିଏସ୍‌ ଭୁଲ୍‌ ରାସ୍ତା ଦେଖାଇଥାଏ । ମାତ୍ର ନିକଟରେ ଗୁଗଲ୍‌ ମ୍ୟାପ୍‌ କାରଣରୁ ଏକ ଅଘଟଣ ଘଟିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ବରେଲିର ଫରୀଦପୁର ଥାନା ଅନ୍ତର୍ଗତ ଖଲପୁର ଗାଁ ନିକଟରେ ଗୁଗଲ୍‌ ମ୍ୟାପ୍‌ ଭୁଲ୍‌ ରାସ୍ତା ଦେଖାଇବାରୁ ୩ ଜଣଙ୍କ ଜୀବନ ଚାଲି ଯାଇଛି । କାରରେ ଥିବା ଯାତ୍ରୀ ଗୁଗଲ୍‌ ମ୍ୟାପ୍‌ ଦେଖି ଯାଉଥିଲେ । ସେହି ସମୟରେ କାର୍‌ଟି ରାମଗଙ୍ଗା ନଦୀକୁ ଖସି ପଡିଥିଲା । ଏହି କାରଣରୁ ଭଣଜା ବିବାହରେ ଯୋଗ ଦେବାକୁ ଯାଉଥିବା ଦୁଇ ଭାଇଙ୍କ ସହ ଅନ୍ୟ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।
ଖଲପୁର ଗାଁ ନିକଟରେ ରାମଗଙ୍ଗା ନଦୀରେ ଏକ ପୋଲ କାମ ନିର୍ମାଣାଧୀନ ଅବସ୍ଥାରେ ଥିଲା । ଗୁଗଲ୍‌ ମ୍ୟାପ୍‌ ଯୋଗୁଁ ଏହି ପୋଲରେ ଦ୍ରୁତ ଗତିରେ କାର୍‌ଟି ଯାଇ ନଦୀ ଭିତରକୁ ଖସି ପଡିଥିଲା । ଖବର ପାଇ ପୁଲିସ ୩ ଜଣଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି । ମୃତକଙ୍କ ପରିବାର ପିଡବ୍ଲ୍ୟୁଡି ଓ ପ୍ରଶାସନକୁ ଏହି ଦୁର୍ଘଟଣା ପାଇଁ ଦାୟୀ କରିଛନ୍ତି ।

ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନ୍‌ରେ ଯାତ୍ରୀଙ୍କର ହେଲା ହୃଦଘାତ, ଦେବଦୂତ ସାଜିଲେ ଟିଟିଇ, ଏମିତି ବଞ୍ଚାଇଲେ ଜୀବନ..


ମିଳିଥିବା ସୂଚନାନୁଯାୟୀ, ରବିବାର ଗୁରୁଗ୍ରାମରୁ ଫରୀଦପୁର ଆସି ୩ ଜଣ କାର୍‌ରେ ଯାତ୍ରା କରୁଥିବା ସମୟରେ ଗୁଗଲ ମ୍ୟାପ୍‌ର ସାହାଯ୍ୟ ନେଇଥିଲେ । ମାତ୍ର ପୋଲ ନିର୍ମାଣାଧୀନ ଅବସ୍ଥାରେ ଥିବା ନେଇ ମ୍ୟାପ୍‌ରେ କୌଣସି ସୂଚନା ନଥିଲା । ଭଣଜା ବିବାହରେ ଯୋଗ ଦେବାକୁ ଯାଉଥିବା ୨ ସମ୍ପର୍କୀୟ ଭାଇ ସହ ଅନ୍ୟ ଜଣେ ସାଙ୍ଗ ଯାଉଥିଲେ । ବଦାୟୁ ଓ ବରେଲି ଜିଲାର ସୀମାରେ ରାମଗଙ୍ଗା ନଦୀ ଉପରେ ତିଆରି ହେଉଥିବା ପୋଲ ଉପରକୁ ପଳାଇଥିଲେ । ପୋଲ ଅଧା ତିଆରି ହୋଇଥିବାରୁ ଦ୍ରୁତ ଗତିରେ ଥିବା କାର୍‌ ନଦୀକୁ ଖସି ପଡିଥିଲା । ପୋଲଟି ପାୟ ନଦୀରୁ ୫୦ ଫୁଟ୍‌ ଉଚ୍ଚରେ ଥିଲା । ଏହି ଦୁଃଖଦ ଘଟଣାର ଖବର ପାଇ ପରିବାର ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

୨୭ ନଭେମ୍ବରରେ ସୂର୍ଯ୍ୟ-ମଙ୍ଗଳଙ୍କ ଅତ୍ୟନ୍ତ ଶୁଭ ଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍‌..

- Advertisement -

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories