www.samajalive.in
Friday, December 5, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନ୍‌ରେ ଯାତ୍ରୀଙ୍କର ହେଲା ହୃଦଘାତ, ଦେବଦୂତ ସାଜିଲେ ଟିଟିଇ, ଏମିତି ବଞ୍ଚାଇଲେ ଜୀବନ..

ନୂଆଦିଲ୍ଲୀ : ସୋସିଆଲ୍‌ ମିଡିଆରେ ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ଧ୍ୟାନ ମଧ୍ୟ ଆକର୍ଷିତ କରିଥାଏ । ଏବେ ବି ମାନବିକତା, ମଣିଷପଣିଆ ବଞ୍ଚି ରହିଛି ବୋଲି ଏହି ଭିଡିଓଟି ପ୍ରମାଣିତ କରୁଛି । ଭିଡିଓଟି ଜଣେ ଟ୍ରେନ୍‌ ଯାତ୍ରୀ ଓ ଟିଟିଇଙ୍କର ।
ଭିଡିଓରେ ଦେଖିପାରିବେ, ଟ୍ରେନ୍‌ରେ ଜଣେ ଯାତ୍ରୀଙ୍କୁ ହଠାତ୍‌ ହୃଦଘାତ ହେବା ସମୟରେ ଜଣେ ଟିଟିଇ କିଭଳି ସିପିଆର ଦେଇ ତାଙ୍କ ଜୀବନ ରକ୍ଷା କରିଛନ୍ତି । ଚଳନ୍ତା ଟ୍ରେନ୍‌ରେ ଯାତ୍ରୀଙ୍କର ହଠାତ୍‌ ହୃଦଘାତ ହୋଇଥିଲା ।

- Advertisement -

ଏହି ଘଟଣା ଟ୍ରେନ୍‌ ସଂଖ୍ୟା ୧୫୭୦୮ ‘ଆମ୍ରପାଲୀ ଏକ୍ସପ୍ରେସ୍‌’ର ଜେନେରାଲ୍‌ ବଗିର । ଏଥିରେ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କର ହଠାତ୍‌ ହୃଦଘାତ ହୋଇଥିଲା । ସେହି ସମୟରେ ବ୍ୟକ୍ତି ଜଣକ ଅଚେତ୍‌ ହୋଇପଡିଥିଲେ । ମାତ୍ର ଟିଟିଇ ମନମୋହନ ନିଜର ଉପସ୍ଥିତ ବୁଦ୍ଧି ଦେଖାଇ ସିପିଆର୍‌ ଦେଇ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିଲେ ।
ଅନେକ ସମୟ ଚେଷ୍ଟା କରିବା ପରେ ବ୍ୟକ୍ତି ଜଣକ ଆଖି ଖୋଲିବା ପରେ ସୁସ୍ଥ ଅନୁଭବ କରିଥିଲେ । ଏହାପରେ ପରବର୍ତ୍ତୀ ଷ୍ଟେସନରେ ବ୍ୟକ୍ତିଙ୍କୁ ହସ୍ପିଟାଲ ପଠାଯାଇଥିଲା । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

୨୭ ନଭେମ୍ବରରେ ସୂର୍ଯ୍ୟ-ମଙ୍ଗଳଙ୍କ ଅତ୍ୟନ୍ତ ଶୁଭ ଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍‌..

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories