www.samajalive.in
Saturday, December 6, 2025
16.1 C
Bhubaneswar

ହଙ୍ଗାମା ନକରି ସଂସଦରେ ଚାଲିଥିବା ଚର୍ଚ୍ଚାରେ ସାମିଲ ହୁଅନ୍ତୁ: ମୋଦୀ

ନୂଆଦିଲ୍ଲୀ : ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସରକାର ବହୁ ଚର୍ଚ୍ଚିତ ୱାକଫ୍ ସଂଶୋଧନ ବିଧେୟକ ସମେତ ୧୫ଟି ବିଧେୟକକୁ ଗୃହୀତ କରିବା ଲାଗି ତାଲିକାଭୁକ୍ତ କରିଛନ୍ତି। ସେପଟେ ଆଜି ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଉଦବୋଧନ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଥିଲେ ଆମେ ସମସ୍ତେ ସମ୍ବିଧାନର ୭୫ ବର୍ଷରେ ପ୍ରବେଶ କରିଛୁ।  ନୂଆ ସାଂସଦ ମାନେ ନୂଆ ଆଶା ନେଇ ଏଠାକୁ କାମ କରିବାକୁ ଆସିଛନ୍ତି।  ଅନେକ ସମସ୍ୟା ରହିଛି , ଅନେକ ବିଷୟରେ ଆଲୋଚନା ମଧ୍ୟ କରିବାର ଅଛି। କିଛି ସାଂସଦ ଲୋକଙ୍କ ଭାବନାକୁ ବୁଝନ୍ତିନି, ତାଙ୍କ ଦାୟିତ୍ଵ ଭୁଲିଯାନ୍ତି। ସେଥିପାଇଁ ଜନତା ତାଙ୍କୁ ବାରମ୍ବାର ଅସ୍ଵୀକାର କରିଛନ୍ତି। ହଙ୍ଗାମା ନ କରି ସଂସଦରେ ଚାଲିଥିବା ଚର୍ଚ୍ଚାରେ ସାମିଲ ହୁଅନ୍ତୁ । ସମସ୍ତ ଦଳର ନୂଆ ସାଂସଦଙ୍କୁ କହିବାକୁ ସୁଯୋଗ ମିଳୁ। ଆଶା କରୁଛି ଏହି ଅଧିବେଶନ ଅତ୍ୟନ୍ତ ଭଲ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଅନ୍ୟପଟେ ବିରୋଧୀ ଦଳଗୁଡିକ ଏହି ଅଧିବେଶନ କାଳରେ ଗୌତମ ଅଦାନୀଙ୍କ ବିରୋଧରେ ଆସିଥିବା ଲାଞ୍ଚ କାରବାର ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିବେ। ଏହା ସହିତ ମଣିପୁର ହିଂସା, ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଆଦି ବିଭିନ୍ନ ପ୍ରସଙ୍ଗରେ ଗୃହ କମ୍ପିବ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories