www.samajalive.in
Sunday, December 7, 2025
13.1 C
Bhubaneswar

ଗଞ୍ଜେଇ ଚାଷ ରୋକିବାକୁ ସ୍ଵତନ୍ତ୍ର ଅଭିଯାନ, ୨୪ ଦିନରେ ୨୩୭୫ ଏକର ଜମିରେ ଚାଷ ନଷ୍ଟ

ସମାଜ ଡିଜିଟାଲ ଡେସ୍କ: ସାଂପ୍ରତିକ ସମୟରେ ଓଡ଼ିଶାର କେତେକ ଜିଲାରେ ବଡ଼ ଜଙ୍ଗଲ ଏବଂ ପାହାଡ଼ିଆ ଭୂମି ଯେପରିକି କନ୍ଧମାଳ, ବୌଦ୍ଧ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଏବଂ ଅନ୍ୟାନ୍ୟ ପଡୋଶୀ ଜିଲାଗୁଡ଼ିକ ଗଞ୍ଜେଇ ଚାଷର କେନ୍ଦ୍ର ପାଲଟିଛି। ଯୁବପିଢିଙ୍କ ଭବିଷ୍ୟତକୁ ଦୃଷ୍ଟି​‌ରେ ରଖି ଓଡ଼ିଶା ପୁଲିସ ଏହି ବିପଦକୁ ଦୂର କରିବାକୁ ପ୍ରତିଶ୍ରୁତିବଦ୍ଧ। ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ପୁଲିସ ନଭେମ୍ବର ମାସ ଆରମ୍ଭରୁ ଏକ ବିଶାଳ ଅଭିଯାନ ଆରମ୍ଭ କରିଛି, ଯାହା ନଭେମ୍ବର ମାସରୁ ଆରମ୍ଭ କରି ମାର୍ଚ୍ଚ-୨୦୨୫ ପର୍ଯ୍ୟନ୍ତ ଜାରି ରହିବ। ଏହି ଅଭିଯାନର ପ୍ରଥମ ୨୪ ଦିନ ମଧ୍ୟରେ ଉପରସ୍ଥ ଜିଲାଗୁଡ଼ିକରେ ପ୍ରାୟ ୨୩୭୫ ଏକର ଗଞ୍ଜେଇ ଚାଷ ହୋଇଥିବା ଜମିକୁ ନଷ୍ଟ କରିବାରେ ସକ୍ଷମ ହୋଇଛି ଓଡ଼ିଶା ପୁଲିସ। ଏଥିସହ ଏପର୍ଯ୍ୟନ୍ତ ୨୮ ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି।

ଗତ ବର୍ଷ ପ୍ରାୟ ୧୦୫୦୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ଚଳିତ ବର୍ଷ ପୂର୍ବ ବର୍ଷକୁ ଅତିକ୍ରମ କରିବା ପାଇଁ ପ୍ରୟାସ ଜାରି ରଖିଛି ପୁଲିସ। ଗଞ୍ଜେଇ ଚାଷ ବ୍ୟତୀତ ପୁଲିସ ଗଞ୍ଜେଇ ବ୍ୟବସାୟୀଙ୍କ ଉପରେ ମଧ୍ୟ ଚଢାଉ ଜରି ରଖିଛି। ମାସକ ମଧ୍ୟରେ ଏପର୍ଯ୍ୟନ୍ତ ୫୪ଟି ମାମଲାରେ ୫୩୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ପରିବହନ ସମୟରେ ଏହି ସବୁ ଜବତ କରାଯାଇଛି ଏବଂ ଟ୍ରକ୍, ପିକ୍ଅପ୍ ଭ୍ୟାନ୍, ଇନୋଭା କାର୍ ଇତ୍ୟାଦି ବିଭିନ୍ନ ପ୍ରକାରର ପ୍ରାୟ ୨୦ଟି ଯାନ ଜବତ କରାଯାଇଛି। ଏଥିସହ ୧୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ଏପର୍ଯ୍ୟନ୍ତ ୮୦ ଜଣ ଗଞ୍ଜେଇ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ବେଆଇନ ଗଞ୍ଜେଇ ଚାଷ ରୋକିବା ପାଇଁ ସ୍ବତନ୍ତ୍ର ଅଭିଯାନ ଜାରି ରହିଥିବା ଓଡ଼ିଶା ପୁଲିସ ନିର୍ଦେଶାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories