୩ ମାସ ବେତନ ମିଳିନଥିବାରୁ ମହିଳା କଣ୍ଡକ୍ଟରଙ୍କ ଧାରଣା, ମୁଖ୍ୟମନ୍ତ୍ରୀ ବସ ସେବା ପ୍ରଭାବିତ
ପାଟଣା : ପୂର୍ବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସରେ କାର୍ଯ୍ୟରତ ମହିଳା କଣ୍ଡକ୍ଟର ମାନଙ୍କୁ ୩ ହେଲା ଦରମା ବା ବେତନ ମିଳିନଥିବାରୁ ଆଜି ସେମାନେ ବ୍ଲକସ୍ତରୀୟ ବସଷ୍ଟାଣ୍ଡରେ ଧାରଣା ଦେଇଛନ୍ତି। ଏଭଳି ଘଟଣା କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ଦେଖିବାକୁ ମିଳିଛି। ପୁରୁଣା ଲକ୍ଷ୍ମୀବସ ବା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବସ ସେବାରେ କାର୍ଯରତ ୧୨ ଜଣ ମହିଳା କଣ୍ଡକ୍ଟରଙ୍କ ୩ ମାସ ହେଲା ଦରମା ମିଳିନଥିବାରୁ ସେମାନେ ଆଜି ସକାଳୁ ବସଷ୍ଟାଣ୍ଡରେ ଧାରଣା ଦେଇଥିଲେ। ଯାହା ଫଳରେ ଏହି ବସ ସେବା ଆଜି ଅପରାହ୍ନ ଯାଏ ପ୍ରଭାବିତ ହୋଇଥିଲା।
ତେବେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ ଓ ନିଯୁକ୍ତିକାରି ସଂସ୍ଥା ମିଶନ ଶକ୍ତିର ବିଏଲଏଫ ଵିନ୍ଦୁ ମହାନ୍ତ ପ୍ରମୁଖ ମହିଳା କଣ୍ଡକ୍ଟର ମାନଙ୍କ ସହ ଆଲୋଚନା ପରେ ଅପରାହ୍ନରେ ୨ ଟି ବସ ଗଡିଥିବା ବେଳେ ଆଉ ୩ ଟି ବସ ସମୟ ନଥିବାରୁ ଗଡି ପାରିନାହିଁ। ରାଜ୍ୟ ସ୍ତରରେ ସେମାନଙ୍କ ଦରମା ରିଲିଜ କରିବା ଦିଗରେ ସମସ୍ୟା ଥିବାରୁ ଏପରି ଘଟିଛି ଓ ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ ଓ ଦରମା ମିଳିବାର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ମହିଳା କଣ୍ଡକ୍ଟର ମାନଙ୍କୁ ଦୈନିକ ୫ ଶହ ୫୦ ଟଙ୍କା ପାରିଶ୍ରମିକ ମିଳୁଥିବା ବେଳେ ଆଜି ଧାରଣାରେ ୧୨ ଜଣ ମହିଳା କଣ୍ଡକ୍ଟର ସାମିଲ ଥିଲେ। ତେବେ ସେମାନଙ୍କୁ ନିଯୁକ୍ତିପତ୍ର ଓ ଆଇକାର୍ଡ ମିଳିନଥିବା ଧାରଣାରତ ମହିଳା କଣ୍ଡକ୍ଟର ସଂଜୁଲତା ମହାନ୍ତ,କୌଶଲ୍ୟା ମହାନ୍ତ, ପୁଷ୍ପାଞ୍ଜଳି ମହାନ୍ତ,ଚନ୍ଦ୍ରିକା ମହାନ୍ତ,ମଧୁସ୍ମିତା ମହାନ୍ତ, ଭାନୁମତୀ ମହାନ୍ତ,ପ୍ରମିଳା ମହାନ୍ତ,ସୁଚିଶ୍ମିତା ମହାନ୍ତ,ପୁଷ୍ପଲତା ମହାନ୍ତ, ଜ୍ୟୋତ୍ସ୍ନାମୟୀ ମୁଣ୍ଡା,ସୁଜାତା ମହାନ୍ତ , ରୁକ୍ମଣୀ ମହାନ୍ତ ଓ ଲିଲିମଣି ମହାନ୍ତ ଅଭିଯୋଗ ଆଣିଛନ୍ତି ।
Comments are closed.