www.samajalive.in
Saturday, December 13, 2025
27.1 C
Bhubaneswar

ଜଳମିତ୍ରଙ୍କ ପାଇଁ ୨ ଦିନିଆ ପ୍ରଶିକ୍ଷଣ ଶିବିର

ପାଟଣା : ଓଡ଼ିଶା ସରକାରଙ୍କ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲମୀ)ଦ୍ୱାରା ଆୟୋଜିତ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପରେ ନିୟୋଜିତ ଜଳମିତ୍ର ମାନଙ୍କ ଦୁଇ ଦିବସୀୟ ପ୍ରଶିକ୍ଷଣ ଶିବିର ଆଜି ପାଟଣା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଡିଓ ମାନସ କୁମାର ଦଣ୍ଡପାଟ ଓ ଏପିଓ ଦୀପକ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହେଉଛି। ବ୍ଲକରେ ଥିବା ସମସ୍ତ ପଞ୍ଚାୟତରେ ଥିବା ଜଳ ମିତ୍ରମାନେ ଏହି ପ୍ରଶିକ୍ଷଣରେ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ନେବେ। ଆଜିର ପ୍ରଶିକ୍ଷଣ ଶିବିରରେ ୫ ଟି ପଞ୍ଚାୟତ ମିରିଗିଖୋଜି, ମୁଷାଖୋରୀ, ଏରେଣ୍ଡେଇ, କେନ୍ଦେଇପଶି ଓ ଯମୁନାପଶିର ୨୨ ଜଣ ଜଳମିତ୍ର ଉପସ୍ଥିତ ଥିଲେ। ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ଜଗତ ମୋହନ ପାତ୍ର ଓ ପରମେଶ୍ବର ପାତ୍ର ଉପସ୍ଥିତ ରହି ଜଳମିତ୍ର ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରଭାବ, ଭୂତଳ ଜଳର ଗୁରୁତ୍ୱ, ଖୋଲାକୂପ ନିର୍ମାଣ, କୃତ୍ରିମ ଜଳଭରଣ ନିତି, ଫସଲ ଜଳର ନିରୀକ୍ଷଣ, ଜଳର ଗୁଣବତ୍ତା ଓ ତାହାର ଗୁରୁତ୍ୱ, ସୌରଚାଳିତ ଜଳ ସିଞ୍ଚନ ଆଦିର ସୁପରିଚାଳନା ଓ ସଚେତନତା ବିଷୟ ସହିତ ଜଳ ମିତ୍ର ମାନଙ୍କ ଏଥିରେ ଭୂମିକା ଆଦି ବିବିଧ ପ୍ରସଙ୍ଗରେ ପ୍ରଶିକ୍ଷଣ ଦିଆଯାଇଥିଲା।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ କମ୍ପାନୀ

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories