www.samajalive.in
Sunday, December 7, 2025
23.1 C
Bhubaneswar

ପର୍ଥ ଟେଷ୍ଟ; ଟିମ୍‌ ଇଣ୍ଡିଆର ଦମ୍‌ଦାର୍‌ ପ୍ରଦର୍ଶନ, ଅଷ୍ଟ୍ରେଲିଆକୁ ୨୯୫ ରନ୍‌ରେ ହରାଇଲା

ନୂଆଦିଲ୍ଲୀ : ପର୍ଥ ଟେଷ୍ଟରେ ଭାରତର ଦମ୍‌ଦାର୍‌ ପ୍ରଦର୍ଶନ ଦେଖାଯାଇଛି । ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବଡ ବିଜୟ ସହ ଅଷ୍ଟ୍ରେଲିଆକୁ ୨୯୫ ରନ୍‌ରେ ହରାଇଲା ଭାରତ । ବ୍ୟାଟରଙ୍କ ପରେ ବୁମ୍‌ରା, ସିରାଜ, ହର୍ଷିତଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି । ୨ୟ ପାଳିରେ ଅଷ୍ଟ୍ରେଲିଆ ୨୩୮ରେ ଅଲଆଉଟ୍‌ ହୋଇଛି । ବୁମରା ଓ ସିରାଜ୍‌ଙ୍କୁ ୩ଟି ଲେଖାଏଁ ୱିକେଟ୍‌ ମିଳିଥିବା ବେଳେ ସୁନ୍ଦରଙ୍କୁ ୨, ରାଣା ଓ ରେଡ୍ଡୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଛି । ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ୧-୦ରେ ଆଗୁଆ ରହିଛି । ଭାରତ ସ୍କୋର ୧୫୦ ଓ ୪୮୭/୬ (ପାଳି ଘୋଷଣା)। ସେହିପରି ଅଷ୍ଟ୍ରେଲିଆର ସ୍କୋର ୧୦୪ ଓ ୨୩୮ । ପର୍ଥରେ ଭାରତର ଏହା ୨ୟ ଟେଷ୍ଟ ବିଜୟ ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯାଇଥିଲା। ଏହି ସିରିଜ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ କେଉଁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚିବ ତାହା ସ୍ପଷ୍ଟ ହୋଇଯିବ।  ଭାରତୀୟ ଅଧିନାୟକ ଜସପ୍ରୀତ ବୁମ୍ରା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆ ପାଇଁ ଭାରତ ୫୩୪ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଦଳ ୨୩୮ରନରେ ସୀମିତ ରହିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories