www.samajalive.in
Sunday, December 7, 2025
14.1 C
Bhubaneswar

ସେନାରୁ ତୃତୀୟଲିଙ୍ଗୀଙ୍କୁ ବିଦା କରିବେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ସେନାରୁ ସମସ୍ତ ତୃତୀୟଲିଙ୍ଗୀଙ୍କୁ ବିଦା କରିବାକୁ ଯୋଜନା କରିଛନ୍ତି। ୨ୟ ପାଳିର ପ୍ରଥମ ଦିନରେ ସେ ଏହି ନିଷ୍ପତ୍ତିକୁ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି। ଏହାଫଳରେ ଆମେରିକା ସେନାରେ କାର୍ଯ୍ୟରତ ପ୍ରାୟ ୧୫ ହଜାର ତୃତୀୟଲିଙ୍ଗୀ କର୍ମଚାରୀ ଚାକିରି ହରାଇବେ। ତେବେ ସେନାରେ ଅଧିକ ସଂଖ୍ୟକ ସୈନିକଙ୍କୁ ଭର୍ତ୍ତି କରାଯାଇପାରୁ ନ ଥିବାବେଳେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ନିରାପତ୍ତା ଆ୍ୟବସ୍ଥାକୁ ପ୍ରଭାବିତ କରିବ ବୋଲି କୁହାଯାଉଛି।

ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ବି ସେ ଅନୁରୂପ ନିର୍ଦେଶ ଜାରି କରିଥିଲେ। ସେନାରେ ନୂତନ ଭା​‌ବେ ତୃତୀୟଲିଙ୍ଗୀଙ୍କୁ ଭର୍ତ୍ତି କରିବା ଉପରେ ଟ୍ରମ୍ପ କଟକଣା ଲାଗୁ କରିଥିଲେ। ମାତ୍ର ପୂର୍ବରୁ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଥିଲା। ହେଲେ ଜୋ ବାଇଡେନ କ୍ଷମତାକୁ ଆସିବା ପରେ ଟ୍ରମ୍ପଙ୍କ ନିର୍ଦେଶକୁ ବାତିଲ କରିଦେଇଥିଲେ। କିନ୍ତୁ ଏଥର ଟ୍ରମ୍ପଙ୍କ ନୂଆ ନିର୍ଦେଶନାମା ଯୋଗୁ ସେନାରେ ତୃତୀୟଲିଙ୍ଗୀଙ୍କ ଭର୍ତ୍ତି ଉପରେ କଟକଣା ଲାଗିବା ସହିତ ପୂର୍ବରୁ କାର୍ଯ୍ୟରତ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିବ।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories