www.samajalive.in
Tuesday, December 9, 2025
15.1 C
Bhubaneswar

ମହାୟୁତି କ୍ୟାବିନେଟ ଅଙ୍କ: ପ୍ରତି ୭ ବିଧାୟକରେ ଜଣେ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ ସରକାର ଗଢ଼ିବ ମହାୟୁତି। ବିଜେପି ନେତୃତ୍ଵାଧୀନ ମେଣ୍ଟ ମହାୟୁତି ଚଳିତ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ସରକାର ଗଠନ କରିବା ନିଶ୍ଚିତ ହୋଇଛି। ତେ​‌ବେ କିଏ ମୁଖ୍ୟମନ୍ତ୍ରୀ ପଦ ହାତେଇବ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କ୍ୟାବିନେଟ ପାଇଁ କେଉଁ ଦଳରୁ କେତେଜଣ ମନ୍ତ୍ରୀ ପଦ ପାଇବେ ତାହାର ଅଙ୍କ ଛିଣ୍ଡିଛି। ନିଷ୍ପତ୍ତି ଅନୁସାରେ, ପ୍ରତି ୬ରୁ ୭ ବିଧାୟକରେ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବ।

୩ ପ୍ରମୁଖ ଦଳ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏସଏଚଏସ, ଅଜିତ ପାଓ୍ବାରଙ୍କ ଏନସିପି ସମେତ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ(ଅଠାଓ୍ବାଲେ) ରାଷ୍ଟ୍ରୀୟ ସମାଜ ପକ୍ଷ ଆଦି ଛୋଟ ଦଳକୁ ନେଇ ମହାୟୁତି ମେଣ୍ଟ ଗଠନ ହୋଇଛି। ଚଳିତ ନିର୍ବାଚନରେ ମହାୟୁତି ମୋଟ ୨୮୮ ଆସନରୁ ୨୩୨ ଆସନ ହାତେଇଛି। ସେଥିରୁ ବିଜେପି ୧୩୨ ଆସନରେ ବିଜୟୀ ହୋଇଥିବାବେଳେ ଶିବସେନା(ଏସଏଚଏସ) ୫୭, ଅଜିତ ପାଓ୍ବାରଙ୍କ ଏନସିପି ୪୧, ରାଷ୍ଟ୍ରୀୟ ସମାଜ ପକ୍ଷ ଗୋଟିଏ ଆସନ ଜିତିଛି। ତେଣୁ ମନ୍ତ୍ରୀ ପଦ ପାଇଁ ପ୍ରତି ଦଳର ୭ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ କ୍ୟାବିନେଟରେ ସାମିଲ କରାଯିବ। ସେହି ଅନୁସାରେ ବିଜେପି ସର୍ବାଧିକ ୨୨ରୁ ୨୪ ମନ୍ତ୍ରୀ ପଦ ପାଇବ। ସେହିପରି ଏନସିପି ୮ରୁ ୧୦ ମନ୍ତ୍ରୀ ଏବଂ ଶିବସେନା ୧୦ରୁ ୧୨ ମନ୍ତ୍ରୀ ପଦ ପାଇବ।

- Advertisement -

ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ସହମତି ହୋଇପାରୁ ନାହିଁ। ବିଜେପି ସର୍ବାଧିକ ଆସନରେ ଜିତିଥିବାରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏହି ଦଳ ହକଦାର। କିନ୍ତୁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବାକୁ ଚାହୁଁଛି। ପୂର୍ବ ସରକାରରେ ଶିବ ସେନା ଏସଏଚଏସ ମୁଖ୍ୟ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ରହିଥିଲେ। ଚଳିତଥର କିନ୍ତୁ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଗାଦିରେ ବସାଇବାକୁ ଯୋଜନା କରିଛି। ଏହାକୁ ଅଜିତ ପାଓ୍ବାରଙ୍କ ଏନସିପି ସମର୍ଥନ କରିଛି। ହେଲେ ଶିବସେନା କିଛି ସ୍ପଷ୍ଟ କରି ନ ଥିବାରୁ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ସ୍ପଷ୍ଟ ହୋଇନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories