www.samajalive.in
Monday, December 15, 2025
24.1 C
Bhubaneswar

ବିଜେପି କାର୍ଯ୍ୟକର୍ତ୍ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରଗଡ଼: ବିଜେପି କେନ୍ଦୁଝର ନଗରମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀ(ନିରୁ)ଙ୍କର ରବିବାର ବିଳମ୍ବିତ ରାତିରେ ହୃଦଘାତ କାରଣରୁ ଅକାଳ ବିୟୋଗ ଘଟିଛି। ନିରଞ୍ଜନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରବିବାର ରାତିରେ ସେ ବସ୍‌‌ ଯୋଗେ କଟକ ଚିକିତ୍ସା ପାଇଁ ଯାଉଥିଲେ। ରାସ୍ତାରେ ବସ୍‌‌ଟିର ଯାନ୍ତ୍ରୀକ ତ୍ରୁଟି ଯୋଗୁଁଁ ଅଟକି ରହିବାରୁ ନିରଞ୍ଜନ ଶେଷରେ ବାଧ୍ୟହୋଇ ବିଳମ୍ବିତ ରାତିରେ କେନ୍ଦୁଝରସ୍ଥିତ ବାସଭବନକୁ ଫେରିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଦଳୀୟ କର୍ମକର୍ତ୍ତାଙ୍କ ସୂତ୍ରରୁ ପ୍ରକାଶ। ନିରଞ୍ଜନ ଶତପଥୀଙ୍କ ପୈତୃକ ଘର ଗଞ୍ଜାମ ଜିଲା ବ୍ରହ୍ମପୁର ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ବାପା କେନ୍ଦୁଝରରେ ଚାକିରି କରୁଥିବାରୁ ପିଲାଟି ଦିନରୁ କେନ୍ଦୁଝରରେ ରହି ପାଠପଢ଼ିବା ସହ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ୧୯୯୨ ମସିହାରୁ ବିଜେପି ଦଳର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରି ଆସୁଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ୨୦୦୦ ମସିହାରୁ ଅତି ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ ନିର୍ବାହ କରି ଆସୁଥିଲେ। ପ୍ରତ୍ୟେକ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଛାଇ ପରି ରହି ଆସୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ତାଙ୍କର ସମସ୍ତ ଜରୁରୀ କାର୍ଯ୍ୟକ୍ରମକୁ ବାତିଲ କରି ସୋମବାର ଅପରାହ୍ନରେ କେନ୍ଦୁଝରରେ ପହଞ୍ଚି ନିରଞ୍ଜନଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories