www.samajalive.in
Thursday, December 11, 2025
15.1 C
Bhubaneswar

ହାତୀ-ମଣିଷ ଲଢ଼େଇ: ‘ସୁରକ୍ଷା ପାଇଁ ହେବ ନୂତନ ନିୟମ’

ସମ୍ବଲପୁର : ସମ୍ବଲପୁର ବନାଞ୍ଚଳରେ କେବଳ ହାତୀ ନୁହେଁ, ବାର୍‌ହା ମଧ୍ୟ ଆସି ଫସଲ ନଷ୍ଟ କରୁଛନ୍ତି। ଜଙ୍ଗଲ ବିଭାଗର ସମସ୍ୟା ହେଲା ଜଙ୍ଗଲ ବେଶୀ ଓ ତା’କୁ ଜଗିବାକୁ ଅଧିକାରୀ କମ୍। ବିଭାଗୀୟ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ଜଙ୍ଗଲ ସୁରକ୍ଷା ସହ ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ଜୀବଜନ୍ତୁଙ୍କ ପାଇଁ ଯେପରି ମଣିଷର ଜୀବନ ନ ଯିବ, ଏନେଇ ନୂଆ ଚିନ୍ତନ, ନୂଆ ଯୋଜନା ଆରମ୍ଭ କରାଯାଇଥିବା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ା ହାତୀ ଏ ଦେଶର ସମ୍ପତ୍ତି ହୋଇଥିବାରୁ ତାକୁ ବଞ୍ଚାଇବା ଓ ତା’ଠାରୁ ସତର୍କ ରହିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବଲପୁର ବନଖଣ୍ଡ ଅଞ୍ଚଳରେ ଗତ ୫ ଦିନରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଯୁଯୋମୁରା ଥାନା ଅନ୍ତର୍ଗତ ହାତୀବାରି ଟେଙ୍ଗପଡ଼ାର ଗଣେଶ ଭୋଇ (୫୫)ଙ୍କୁ ଗତ ୧୭ ତାରିଖ ରାତିରେ ହାତୀ ଦଳି ଦେଇଥିବା ବେଳେ ୨୧ ତାରିଖ ରାତିରେ ପଡ଼ିଆବାହାଲ ଫରେଷ୍ଟ ରେଞ୍ଜ ଜାମୁଲୋଇ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦେହୁରୀ (୩୮)ଙ୍କୁ ଦଳି ଦେଇଥିଲା ା ସଦର ବନଖଣ୍ଡର ଏହି ଅଞ୍ଚଳରେ ହାତୀପଲ ଅମଳକ୍ଷମ ଧାନ ଫସଲ ନଷ୍ଟ କରୁଥିବାରୁ ଚାଷୀ ମହଲରେ ଆତଙ୍କ ଖେଳିଯାଇଛି ା କଷ୍ଟୋପାର୍ଜିତ ଫସଲ ବଞ୍ଚାଇବା ପାଇଁ ଚାଷୀମାନେ ରାତିରେ ଜଗି ରହିବା ସହ ହାତୀ ଘଉଡ଼ାଇବାରେ ବନବିଭାଗ ସହ ସାମିଲ ହେଉଛନ୍ତି। ହାତୀ ଘଉଡ଼ାଇବାରେ ସାମିଲ ଥିବା ବେଳେ ହାତୀ ଆକ୍ରମଣରେ ଗଣେଶ ଓ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା।

- Advertisement -

ଅନ୍ୟପ​କ୍ଷେ ସମ୍ବଲପୁର ସଦର ବନଖଣ୍ଡ ଅନ୍ତର୍ଗତ ବସିଆପଡ଼ାରେ ବିଦ୍ୟୁତ୍‌ ସ୍ପର୍ଶରେ ଗତ ଜୁନ ୧୬ ତାରିଖ ରାତିରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିବା ବେ​‌େଳ ​‌ସଦରରେଞ୍ଜ ଅନ୍ତର୍ଗତ ବଦୁଆପାଲି ପଞ୍ଚାୟତର ଝାଙ୍କରବାହାଲି ଗ୍ରାମ ନିକଟରେ ଜୁଲାଇ ୪ ତାରିଖ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଗର୍ଭିଣୀହାତୀର ମୃତ୍ୟୁ ଘଟିଥିଲା। ଏହାପରେ ନଭେମ୍ବର ୬ ତାରିଖ ସଦର ବନଖଣ୍ଡ ଅନ୍ତର୍ଗତ ବସିଆପଡ଼ା ବାର୍ଲେ ପାଖରେ ଜଙ୍ଗଲକୁ ଲାଗି ପିପଲଖୁଲିଆରେ ଏକ ଅଣ୍ଡିରା ଛୁଆହାତୀର ମୃତ୍ୟୁ ଘଟିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories