www.samajalive.in
Saturday, December 13, 2025
26.1 C
Bhubaneswar

‘କାନ୍ତାରା-୨’ ସୁଟିଂରୁ ଫେରିବାବେଳେ ଅଘଟଣ, ଓଲଟିଲା ବସ୍

ମୁମ୍ବାଇ : ‘କାନ୍ତାରା ୨’ ଫିଲ୍ମର ସୁଟିଂ ଚାଲିଛି । ଖୁବ୍ ଶୀଘ୍ର ନିର୍ମାତା ସିନେମାକୁ ନେଇ ଆସିବେ । କିନ୍ତୁ ଏହା ମଧ୍ୟରେ ସିନେମାକୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି । ଋଷଭ ସେଟ୍ଟୀଙ୍କ ଫିଲ୍ମ କାନ୍ତାରର ସିକ୍ବେଲର ୬ ଜୁନିୟର କଳାକାର ଆହତ ହୋଇଛନ୍ତି । ଏକ ବସ୍ ଦୁର୍ଘଟଣାରେ ୬ ଜଣ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

କର୍ଣ୍ଣାଟକର ଉଡ୍ଡୁପି ଜିଲାରେ ଏକ ବସ୍ ଓଲଟି ପଡିବାରୁ ସେଥିରେ ଥିବା କନ୍ନଡ ଫିଲ୍ମ ‘କାନ୍ତାରା’ର ୬ ଜୁନିୟର କଳାକାର ଆହତ ହୋଇଛନ୍ତି । ମୁଦୁରରେ ସୁଟିଂ ସାରି କୋଲ୍ଲୁର ଫେରିବା ସମୟରେ ମିନି ବସରେ ୨୦ ଜଣ କଳାକାର ଥିଲେ । ଆହତଙ୍କୁ କୁନ୍ଦାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋଲ୍ଲୁର ପୁଲିସ ପହଞ୍ଚି ଘଟଣାର ଯାଞ୍ଚ କରୁଛି । ସୂଚନାଯୋଗ୍ୟ କାନ୍ତାରାର ଆଗାମୀ ପାର୍ଟ ଉପରେ କାମ ଚାଲିଛି। ଋଷଭ ସେଟ୍ଟୀ ଏଥିରେ ଅଭିନୟ କରିବା ସହ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମ ୨୦୨୫ରେ ମୁକ୍ତିଲାଭ କରିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories