ପାରାଦୀପରେ ପହଞ୍ଚିଛି ନୌସେନା ଜାହାଜ ଆଇଏନଏସ ସତପୁରା

ଜଗତସିଂହପୁର : ଜଗତସିଂହପୁର ଜିଲାର ପାରାଦୀପରେ ପହଞ୍ଚିଛି ନୌସେନା ଜାହାଜ ଆଇଏନଏସ ସତପୁରା। ଏହି ଯୁଦ୍ଧ ଜାହାଜକୁ ଦେଖିବାକୁ ପାରାଦୀପରେ ପ୍ରବଳ ଭିଡ଼ ଲାଗିଛି। ବନ୍ଦର ବର୍ଥରେ ଏହି ଯୁଦ୍ଧ ଜାହାଜର କଳାକୌଶଳ ଓ ବିଭିନ୍ନ ଯୁଦ୍ଧ ସାମଗ୍ରୀ ଗୁଡିକ ଦେଖିବା ପାଇଁ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କ ଭିଡ଼ ଦେଖିବାକୁ ଲାଗିଥିବା ବେଳେ ପ୍ରତ୍ୟେକ ବର୍ଷ ନଭେମ୍ବର ଶେଷ ସପ୍ତାହକୁ ନୌସେନା ଦିବସ ଭାବରେ ପାଳନ କରାଯାଇଥାଏ ।

୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧରେ ଯେଉଁଭଳି ଭାରତୀୟ ନୌସେନା ବିରଳ କୃତିତ୍ୱ ହାସଲ କରିଥିଲା। ଏବଂ ଶତ୍ରୁପକ୍ଷ କୁ ଆକ୍ରମଣ କରି ଧୂଳିସାତ କରିଥିଲା ଏହି କୃତିତ୍ୱ ଓ ଗାରିମା କୁ ନେଇ ପ୍ରତ୍ୟେକ ବର୍ଷ ନଭେମ୍ବର ଶେଷ ସପ୍ତାହ ଠାରୁ ନୌସେନା ସପ୍ତାହ ପାଳନ କରାଯିଵା ସହିତ ଡିସେମ୍ବର ଚାରି ତାରିଖ କୁ ନୌସେନା ଦିବସ ପାଳନ କରାଯାଏ।

ଚଳିତବର୍ଷ ପୁରୀ ଠାରେ ନୌସେନା ଦିବସ ପାଳନ କରାଯାଉଥିବା ବେଳେ ଓଡିଶାବାସୀ ଏହି ନୌସେନା ଦିବସ ଦେଖିବାର ସୁଯୋଗ ପାଇବେ। ଯାହାକୁ ଓଡ଼ିଶାବାସୀ ଚାତକ ଭଳି ଅପେକ୍ଷା କରିଥିବା ବେଳେ ନୌସେନା ଦିବସକୁ ଦୃଷ୍ଟିରେ ରଖି ପାରାଦୀପ ରେ ଯୁଦ୍ଧ ଜାହାଜ ଲାଗିଥିବା ଦେଖିବାକୁ ମିଳିଛି।

Comments are closed.