www.samajalive.in
Saturday, December 6, 2025
26.1 C
Bhubaneswar

ଦୁବାଇ ଅନ୍ତର୍ଜାତୀୟ ଯୁବ ସମ୍ମିଳନୀରେ ଲିଟିଲ ମିସ ୟୁନିଭର୍ସ ପଦ୍ମାଳୟା ନନ୍ଦ ନିମନ୍ତ୍ରିତ

କଟକ : ଦୁବାଇଠାରେ ଅନୁଷ୍ଠିତ ୧୯ତମ ଅନ୍ତର୍ଜାତୀୟ ଯୁବ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଲିଟିଲ ମିସ ୟୁନିଭର୍ସ ଇଣ୍ଟରନେଟ୍‌ ପଦ୍ମାଳୟା ନନ୍ଦ। ନଭେମ୍ବର ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଦୁବାଇ ଠାରେ ଜାତିସଂଘ ସହ ସହବନ୍ଧିତ ଅନ୍ତର୍ଜାତୀୟ ୱାଇଜମ୍ୟାନ ଇଣ୍ଟରନାସନାଲ ପକ୍ଷରୁ ଅନୁଷ୍ଠିତ ୧୯ତମ ଅନ୍ତର୍ଜାତୀୟ ଯୁବ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି। ଏହି ଯୁବ ସମ୍ମିଳନୀରେ ପୃଥିବୀର ୭୫ଟି ଦେଶରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଯୁବ ପ୍ରତିନିଧିମାନେ ଯୋଗ ଦେବାରେ କାର୍ଯ୍ୟକ୍ରମ ରହିଛି । ୨୦୧୭ ମସିହାରେ ପଦ୍ମାଲୟା ନନ୍ଦ ପ୍ରଥମ ଭାରତୀୟ ଭାବେ ୟୁରୋପର ଜର୍ଜୀଆଠାରେ ଲିଟିଲ ମିସ ୟୁନିଭର୍ସ ଇଣ୍ଟରନେଟ୍‌ ହେବାର ସଫଳତା ଅର୍ଜନ କରିବା ସହ ଓଡ଼ିଆ ସଂସ୍କୃତି ଓ ସମ୍ବଲପୁରୀ ନୃତ୍ୟକୁ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏବେ ପଦ୍ମାଳୟା ରେଭେନ୍ସା ବିଶ୍ୱ ବିଦ୍ୟାଳୟର ମନସ୍ଥତ୍ୱ ବିଭାଗ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ। ସେ ଓଡିଶା ହାଇକୋର୍ଟର ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ଓ ଡାକ୍ତର ଶୁଭସୁଧା ପ୍ରିୟଦର୍ଶିନୀଙ୍କ ଜ୍ୟେଷ୍ଠ କନ୍ୟା। ଏଥି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ଦେଖନ୍ତୁ ଭିଡିଓ; ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିରରେ ଚରଣ ଅମୃତ ଭାବି ଏସି ପାଣି ପିଇଲେ ଶ୍ରଦ୍ଧାଳୁ..

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories