www.samajalive.in
Monday, December 15, 2025
26.1 C
Bhubaneswar

ଏହି ଦେଶରେ ବିକ୍ରି ହେବନି ଆଇଫୋନ୍ ୧୬ ଓ ଗୁଗଲ ପିକ୍ସେଲ, ସରକାର ଆଣିଲେ ଏମିତି ନିୟମ

ନୂଆଦିଲ୍ଲୀ : ବିଶ୍ବର ଚତୁର୍ଥ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଇଣ୍ଡୋନେସିଆ ଆପଲର ଆଇଫୋନ୍ ୧୬ ଓ ଗୁଗଲର ବିକ୍ସେଲ ଫୋନକୁ ନିଜ ଦେଶରେ ବିକ୍ରି ନେଇ ପ୍ରତିବନ୍ଧକ ଲଗାଇଦେଇଛି । ଏହାର ଅର୍ଥ ଏଣିକି ଇଣ୍ଡୋନେସିଆରେ ରହୁଥିବା ଲୋକେ ଏହି ଫୋନ କିଣିପାରିବେନି ।

ଇଣ୍ଡୋନେସିଆ ସରକାର ଏକ ନିୟମ ପ୍ରସ୍ତୁତ କରିଛନ୍ତି । ନିୟମ ଅନୁସାରେ ଯେଉଁ କମ୍ପାନୀ ଦେଶରେ ଫୋନ୍ ବିକିବାକୁ ଚାହୁଁଛି ସେହି କମ୍ପାନୀକୁ ଇଣ୍ଡୋନେସିଆର କାରଖାନା ବସାଇବାକୁ ପଡିବ କିମ୍ବା ସଫ୍ଟଓ୍ବେୟାରରେ ପରିବର୍ତ୍ତନ କରିବା ପାଇଁ ସେଠାର ଲୋକଙ୍କୁ କାମରେ ରଖିବାକୁ ହେବ । ଆପଲ ଓ ଗୁଗଲ ଭଳି ବଡ କମ୍ପାନୀମାନେ ଏଭଳି ନିୟମରେ ରାଜି ନାହାଁନ୍ତି । ଏଥିପାଇଁ ଇଣ୍ଡୋନେସିଆ ସରକାର ଏହି କମ୍ପାନୀମାନଙ୍କ ଫୋନକୁ ବ୍ୟାନ୍ କରିଦେଇଛନ୍ତି ।

- Advertisement -

ଏଣିକି ଦେଶବାସୀଙ୍କ ଏହି ଫୋନ୍ କିଣିବାକୁ ହେଲେ ଅନ୍ୟ ଦେଶରୁ ମଗାଇବାକୁ ପଡିବ । ଇଣ୍ଡୋନେସିଆ ସରକାରଙ୍କ କହିବାନୁସାରେ କମ୍ପାନୀ ସେଠାରେ ପଇସା ଲଗାଇବା ଦ୍ବାରା କିମ୍ବା ସେଠାକାର ଲୋକଙ୍କୁ କାମରେ ରଖିବା ଦ୍ବାରା ଦେଶର ବିକାଶ ହେବ ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories